ଖୋଲିଲା ହୀରାକୁଦର ୫ଟି ଗେଟ୍

ହୀରାକୁଦ ଡ୍ୟାମର ୫ଟି ଗେଟ୍ ଆଜି…

ହୀରାକୁଦ: ହୀରାକୁଦ ଡ୍ୟାମର ୫ଟି ଗେଟ୍ ଆଜି ଖୋଲାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗେଟ ଖୋଲିଥିବା ଜଣାପଡିଛି । ପର୍ଯ୍ୟାୟକ୍ରମେ ଆଜି ଆଉ ୫ଟି ଗେଟ୍ ଖୋଲିବା ନେଇ ସୂଚନା ମିଳିଛି । ଦିନ ୧୨ଟା ସୁଦ୍ଧା ଡ୍ୟାମକୁ ୨,୯୭,୭୪୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ଜଳ ଭଣ୍ଡାରରୁ ୩୯,୯୫୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ଆସୁଛି ଆଉ ଏକ ଲଘୁଚାପ, ଯାହା ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ବର୍ଷା ହେବ । ଏନେଇ ପାଣିପାଗ ବିଜ୍ଞାନୀ ଉମ।।ଙ୍କର ଦାସ ସୂଚନା ଦେଇଛନ୍ତି ।

ଲଘୁଚାପ ପ୍ରଭାବରେ ବର୍ଷା ଚାଲିଛି । ୧୩ ରେ ଆଉ ଏକ ଲଘୁଚାପ ଆସୁଛି । ଆଜି ଓ କାଲି ପ୍ରବଳ ବର୍ଷା ହେବ । ଏହା ସହ ୧୩ ଓ ୧୪ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୪ରେ ବର୍ଷାର ପରିମାଣ ସର୍ବାଧିକ ରହିବ, ଯାହାକି ୩୦ ଜିଲ୍ଲାରେ ବର୍ଷିବ । ୧୫ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିବ ।