୨୦୧୪ରେ ‘ଆରଜେଡି’କୁ କିସ୍‌, ୨୦୧୭ରେ ମିସ୍‌

ବିଜେପିରୁ ଅଲଗା ହୋଇ ନୀତୀଶ ୨୦୧୩ରେ କଂଗ୍ରେସ…..

ପାଟଣା : ବିଜେପିରୁ ଅଲଗା ହୋଇ ନୀତୀଶ ୨୦୧୩ରେ କଂଗ୍ରେସ ଓ ଆରଜେଡି ସହ ମହାଗଠବନ୍ଧନ କଲେ । ମାତ୍ର ୨୦୧୪ ମେ’ ମାସରେ ଇସ୍ତଫା ଦେଲେ । ସେତେବେଳେ ମାତ୍ର ୬ ମାସ ପାଇଁ ଜୀତନ ରାମ ମାଂଝି ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୫ ଫେବୃଆରୀରେ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ମାଂଝିଙ୍କ ସ୍ଥାନରେ ନୀତୀଶ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ୨୦୧୫ରେ ନୀତୀଶ ଆରଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ କରି ବିଧାନସଭା ନିର୍ବାଚନ ଲଢ଼ିଲେ । ୨୪୩ ଆସନରୁ ମହାଗଠବନ୍ଧନକୁ ୧୭୮ ଆସନ ମିଳିଲା । ଫଳରେ ୨୦୧୫ ନଭେମ୍ବର ୨୦ ତାରିଖରେ ନୀତୀଶ ପଂଚମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ । ଲାଲୁଙ୍କ ପୁଅ ତେଜସ୍ୱୀ ଉପ-ମୁଖ୍ୟମନ୍ତ୍ରୀ ହେଲେ । ୨୦୧୭ରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ନୀତୀଶ ଆରଜେଡିକୁ ‘ଗୁଡ୍‌ ବାଏ’ କହି ବିଜେପି ହାତ ଧରିଲେ । ୨୦୨୨ ଅଗଷ୍ଟ ୯ରେ ପୁଣି ବିଜେପିକୁ ‘ଅଲ୍‌ ବିଦା’ କହି ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି ।