ହାତୀକୁ ପୋଡି ପ୍ରମାଣ ନଷ୍ଟ ମାମଲା, ୩ କର୍ମଚାରୀ ଗିରଫ

ବାରିପଦା: ଆଜି ଶିମିଳିପାଳରେ ବନ୍ୟପ୍ରାଣୀଙ୍କୁ ନେଇ କଡା ତଦନ୍ତ ଜାରି ରଖିଛି । ଶିମିଳିପାଳରେ ଶିକାରୀମାନଙ୍କ ସଂଖ୍ୟା ବଢିଯିବା କଥା ସାମ୍ନାକୁ ଆସୁଛି । ସକାଳେ ମହାବଳ ବାଘ ଚମଡା ବିକ୍ରି ପାଇଁ ଜଣେ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ହାତୀକୁ ପୋଡି ପ୍ରମାଣ ନଷ୍ଟ କରିବା ଘଟଣାରେ ୩ଜଣ ଗିରଫ ହୋଇଛନ୍ତି ।

 କିଛିଦିନ ତଳେ ଦନ୍ତାହାତୀକୁ ମାରି ପ୍ରମାଣ ପୋଡିଦେଇ ନଷ୍ଟ କରିଦେଇଥିଲେ । ଏହି ଘଟଣାରେ ଗିରଫ ହୋଇଛନ୍ତି ୩ଜଣ ଅପରାଧୀ । ଏହି ମାମଲାରେ ସଂପୃକ୍ତ ଥିଲେ ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ, ଏମାନଙ୍କୁ ଗିରଫ କରିଛି ବନବିଭାଗ । ବନ୍ୟପ୍ରାଣୀ ଆଇନ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ପୂର୍ବରୁ ୩ ବନକର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହି ମାମଲାରେ ଜାହିଁକି ଏଫଆଇଆର ହୋଇନଥିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ ।