ପୁରୀ ସହରରେ ଆରମ୍ଭ ହେବ ‘ମୋ ବସ୍’ ସେବା

ପୁରୀ: ପୁରୀ ସହରରେ ଚାଲିବ ‘ମୋ ବସ୍’ । ଏଣିକି ପୁରୀବାସୀ ମଧ୍ୟ ଉଠାଇପାରିବେ ‘ମୋ ବସ୍’ ସେବାର ଲାଭ । କାରଣ ପୁରୀରେ ‘ମୋ ବସ୍’ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି କ୍ରୁଟ୍ । ପୁରୀରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ଏପରି ସ୍ଥଳେ ଏହା ଅଧିକ ସୁବିଧାଜନକ ହେବା ନେଇ ଆଶା କରାଯାଉଛି ।ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀରେ ୫୨ ଓ ୫୩ ନମ୍ବର ରୁଟରେ ‘ମୋ ବସ୍’ ସେବା ଆରମ୍ଭ ହେବାକୁଯାଉଛି । ଏପ୍ରିଲ ୧ ରୁ ‘ମୋ ବସ୍’ ସେବା ଆରମ୍ଭ ହେବା ନେଇ କ୍ରୁଟର ପକ୍ଷରୁ ସୂଚନା ଦିଆଯାଇଛି ।