ରାଜ୍ୟରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢିବାର ଲାଗିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ସହ ସକାଳ ସମୟରେ ଗାଡି ଯାତାୟତରେ ଅସୁବିଧା ହେଉଥିବା ଜଣାପଡିଛି । ତେବେ ରାଜ୍ୟରେ ଆଗକୁ ଶୀତ ପରିମାଣ ଆହୁରି ବୃଦ୍ଧି ପାଇବ । ଏଥିସହିତ ପାରଦ ଖସିବା ନେଇ ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି ।

ତେବେ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୩ରୁ ୪ ଦିନ ଭିତରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ଯାହାଫଳରେ ଆସନ୍ତା ୧୪ ତାରିଖ ସୋମବାରରୁ ରାଜ୍ୟରେ ଆହୁରୀ ଶୀତ ବଢିବ । ତେବେ ଉପକୂଳରେ ଏବେ ଶୀତ କମ ରହିଥିବାବେଳେ ଏଠାରେ ମଧ୍ୟ ଶୀତ ବଢିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।