ପ୍ରଧାନମନ୍ତ୍ରୀ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର (ପିଏମ୍‍ଆରବିପି) ବିଜେତାଙ୍କ ସହ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ସମସ୍ତ ବିଜେତାଙ୍କୁ ସ୍ମରଣିକା ପ୍ରଦାନ କରିଥିଲେ ଏବଂ ଜଣ ଜଣ କରି ସେମାନଙ୍କ ସହିତ ସଫଳତା ବିଷୟରେ ଆଲୋଚନା କରିଥିଲେ, ଏବଂ ପରେ ସମଗ୍ର ଦଳ ସହିତ ଆଲୋଚନା କରିଥିଲେ । ସେ ଅନୌପଚାରିକ ଭାବେ ଖୋଲା ହୃଦୟରେ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ପିଲାମାନେ ତାଙ୍କୁ ସମୁଖୀନ ହେଉଥିବା ଆହ୍ୱାନ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ମାର୍ଗଦର୍ଶନ ଲୋଡିଥିଲେ ।

ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାଙ୍କୁ ଛୋଟ ଛୋଟ ସମସ୍ୟାର ସମାଧାନ ଆରମ୍ଭ କରିବାକୁ, ଧୀରେ ଧୀରେ ଦକ୍ଷତା ବୃଦ୍ଧି କରିବାକୁ ଏବଂ ଜୀବନରେ ଆଗକୁ ବଢିବା ସହିତ ବଡ଼ ସମସ୍ୟାର ସମାଧାନ ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ମାନସିକ ସ୍ୱାସ୍ଥ୍ୟ ଏବଂ ପିଲାମାନେ ସମୁଖୀନ ହେଉଥିବା ସମସ୍ୟା ବିଷୟରେ ସେ ଆଲୋଚନା କରିଥିଲେ ଏବଂ ସେ ଏହି ସମସ୍ୟାକୁ ଅନୁଧ୍ୟାନ କରିବାରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ପାରସ୍ପରିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନ୍ୟାନ୍ୟ ବିଷୟ ମଧ୍ୟରେ ଚେସ୍ ଖେଳିବାର ଲାଭ, କଳା ଏବଂ ସଂସ୍କୃତିକୁ ବୃତ୍ତି ଭାବରେ ଗ୍ରହଣ, ଗବେଷଣା ଏବଂ ନବସୃଜନ, ଆଧ୍ୟାତ୍ମିକତା ଆଦି ମଧ୍ୟ ଉଠାଯାଇଥିଲା ।

ଭାରତ ସରକାର ପିଲାମାନଙ୍କୁ ଛଅଟି ବିଭାଗ ଯଥା ନବସୃଜନ, ସାମାଜିକ ସେବା, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି ଏବଂ ସାହସିକତା କ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ବିଜେତାଙ୍କୁ ଏକ ପଦକ, ନଗଦ ଏକ ଲକ୍ଷ ଟଙ୍କା ଏବଂ ସାର୍ଟିଫିକେଟ ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ ।

ଚଳିତ ବର୍ଷ ବାଲ ଶକ୍ତି ପୁରସ୍କରାର ବିଭିନ୍ନ ବର୍ଗ ଅନ୍ତର୍ଗତ ଦେଶର ୧୧ ଜଣ ପିଲାଙ୍କୁ ପିଏମ୍‍ଆରବିପି-୨୦୨୩ ପାଇଁ ଚୟନ କରାଯାଇଛି । ୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁରସ୍କାର ପ୍ରାପ୍ତ ପିଲାଙ୍କ ମଧ୍ୟରେ ୬ ଜଣ ବାଳକ ଏବଂ ୫ ଜଣ ବାଳିକା ଅଛନ୍ତି । ଏମାନେ ହେଲେ: ଆଦିତ୍ୟ ସୁରେଶ, ଏମ ଗୌରଭି ରେଡ୍ଡୀ, ଶ୍ରେୟା ଭଟ୍ଟାଚାର୍ଯ୍ୟ, ସମ୍ଭବ ମିଶ୍ର, ରୋହନ ରାମଚନ୍ଦ୍ର ବହିର, ଆଦିତ୍ୟ ପ୍ରତାପ ସିଂହ ଚୌହାନ, ରିଷି ଶିବ ପ୍ରସନ୍ନ, ଅନୁଷ୍କା ଜଲି, ଅନନ୍ୟା ନାସିର, କୋଲଗଟଲା ଆଲାନା, ମୀନାକ୍ଷୀ ଏବଂ ଶୌରଭଜିତ୍‍ ରଞ୍ଜିତକୁମାର ଖାଏର ।