ବଲାଣି ରେ ସେଲ ସ୍ଥାପନା ଦିବସ ପାଳନ

ଏହା ବ୍ୟତୀତ ବୈଷୟିକ ଏବଂ ପରିଚାଳନା ଗତ ଜ୍ଞାନର ବିକାଶରେ ଏହା ଅତୁଳନୀୟ ଅବଦାନ ରଖୁଛି….

ଭୁବନେଶ୍ୱର,(ସା କ୍ ସୀ ନ୍ୟୁଜ୍): ବଲାଣି ରାଷ୍ଟ୍ରୟତ ଉଦ୍ୟୋଗ ସେଲ ଆର. ଏସ. ପି ଦ୍ବାରା ଜାନୁଆରୀ ୨୪ ତାରିଖରେ ସେଲ୍‌ ସ୍ଥାପନା ଦିବସ ଉପଲକ୍ଷେ ସ୍ଥାନୀୟ ଫୁଟବଲ ଗ୍ରାଉଣ୍ଡ ରେ ପାଞ୍ଚ କିମି ମାରାଥନ ବିଭିନ୍ନ ବର୍ଗରେ ଗଣ ଦୌଡ଼ ସହ ମହିଳା ସମିତି ଦ୍ୱାରା ମହିଳା ଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ପାଳନ କରାଯାଇଥିଲା ।

ସେଲ୍ ଏହାର କର୍ମଚାରୀ, ପୂର୍ବତନ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସେଲ ର ଗୌରବର ଭାବନାକୁ ଅଧ୍ଵକ ସୁଦୃଢ କରିବା ନିମନ୍ତେ ସେଲ୍‌ ସ୍ଥାପନା ଦିବସକୁ ସମଗ୍ର ସେଲରେ ସେଲ୍‌ ଗୌରବ ଦିବସ ରୂପେ ପାଳନ କରାଯାଇଛି ।

ସେଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ ୧୯୭୩ ଜାନୁୟାରୀ ୨୪ ତାରିଖରେ ସ୍ଥାପିତ ହୋଇଥୁଲା । ରାଷ୍ଟ୍ରାୟାତ ମହାରନ୍ କମ୍ପାନୀ ସେଲ ଏହାର ୫ ଟି ସମନ୍ବିତ ଇସ୍ପାତ କାରଖାନା ଯଥା ଭିଲାଇ, ବୋକାରୋ, ଦୁର୍ଗାପୁର, ରାଉରକେଲା ଏବଂ ବର୍ନପୁର ଏବଂ ୩ଟି ସ୍ପେଶାଲ ଷ୍ଟିଲ ପ୍ଲାଣ୍ଡ ଯଥା ଭଦ୍ରାବତୀ, ଦୁର୍ଗାପୁର ଏବଂ ସାଲେମ୍ ରୁ ବିବିଧ ପ୍ରଭେଦର ଇସ୍ପାତ ଉତ୍ପାଦ ପ୍ରସ୍ତୁତ କରୁଛି । ଏହି ରାଷ୍ଟ୍ରୟତ ଉଦ୍ୟୋଗ ର ଝାରଖଣ୍ଡ ଓଡିଶା ଛତିଶଗଡ଼ ପଶ୍ଚିମବଙ୍ଗ ରେ ଖଣି ଉତୋଳନ ହେଉଥିବା ବେଳେ, କେନ୍ଦୁଝର ଜିଲ୍ଲା ବଲାଣି ସେଲ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧୀନରେ ରହିଛି ।

ସେଲ ଦେଶର ଦ୍ବିତୀୟ ସର୍ବବୃହତ ଲୌହପଥର ଉତ୍ତୋଳନକାରୀ ଅଟେ ଏବଂ ଦ୍ବିତୀୟ ସର୍ବବୃହତ ଖଣି ଶୃଙ୍ଖଳର ଗୌରବ ବହନ କରୁଛି । ପ୍ରାରମ୍ଭରୁ ଦେଶର ଶିଳ୍ପ ବିକାଶ ପାଇଁ ଏକ ସୁଦୃଢ ଭିତ୍ତିଭୂମି ସ୍ଥାପନ କରିବାରେ ସେଲ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଏହା ବ୍ୟତୀତ ବୈଷୟିକ ଏବଂ ପରିଚାଳନା ଗତ ଜ୍ଞାନର ବିକାଶରେ ଏହା ଅତୁଳନୀୟ ଅବଦାନ ରଖୁଛି । ଉପଭୋକ୍ତା ଶିଳ୍ପ ପାଇଁ କ୍ରମାଗତ ଭାବରେ ଇନପୁଟ୍ ଯୋଗାଇ ଏହା ଅର୍ଥନୈତିକ ଅଭିବୃଦ୍ଧିର ଦ୍ବିତୀୟ ଏବଂ ତୃତୀୟ ଲହରକୁ ତ୍ବରାନ୍ବିତ କରିଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥ୍‌ ବଲାଣି ମହାପ୍ରବନ୍ଧକ ଶ୍ରୀଯୁକ୍ତ ଜୟଦେବ ଚୋଟ ପାଧ୍ୟାୟ ଙ୍କ ସହିତ ଶ୍ରୀ କେଭିନ ଘୋଷ ଏବଂ ଅନ୍ୟ ବରିଷ୍ଠ ଅଧ୍ୟାକାରୀ ଶାରୀରିକ ସୁସ୍ଥତାର ମହତ୍ତ୍ବକୁ ପ୍ରୋତ୍ସାହିତ କରିବା ପାଇଁ ବଲାଣି ଫୁଟବଲ ଗ୍ରାଉଣ୍ଡ ରୁ ଏକ ପାଞ୍ଚ କିମି ମାରାଥନ ର ଉଦଘାଟନ କରିଥିଲେ । ସ୍ଥାନୀୟ କ୍ରୀଡା ପ୍ରେମୀ ଙ୍କ ସହ ପୁରାତନ ତଥା ଅନ୍ୟ କର୍ମଚାରୀ ମହିଳା ଓ ବିଭିନ୍ନ ବର୍ଗ ରେ ଯୁବା ବୟସ୍କ ଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ବହୁ ଉତ୍ସହା ର ସହ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ମହିଳା ସମିତି ଦ୍ୱାରା ମହିଳା ଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗିତା ମାନ ରଖା ଯାଇ କୃତିତ୍ୱ ଙ୍କୁ ପୁର ସ୍କୁତ କରାଯାଇଥିଲା ।