ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ସୋମବାର ଟ୍ବିରର ଯୋଗେ ଜଣାଇଛନ୍ତି।

ସେ ଲେଖିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ମଧ୍ୟଭାଗରୁ ସାଧାରଣ ଲୋକଙ୍କ ସହ ଆଧିକାରିକ କାର୍ଯ୍ୟ ଲଗାତାର କରିଆସୁଛି। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ମୁତାବକ ମହାମାରୀ ଭିତରେ ଅହରହ ଲୋକଙ୍କ ପାଖରେ ଛିଡ଼ା ହୋଇଛି। ଶେଷରେ କୋଭିଡ଼ ମୋତେ ନିଜ ପଞ୍ଜାକୁ ନେଇଛି। ଗତ ୭ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ଦୟାକରି ନିଜକୁ ଅଲଗା ରଖନ୍ତୁ।

ରାଜ୍ୟର ପାଖାପାଖି ୨୦ ବିଧାୟକ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇସାରିଲେଣି। ୩ ସାଂସଦ ମଧ୍ୟ କରୋନା କବଳରେ ପଡ଼ିଛନ୍ତି। ତେବେ ଅନେକେ ସୁସ୍ଥଲାଭ କରିସାରିଥିବା ବେଳେ ଆଉ କିଛିଙ୍କର ଚିକିତ୍ସା ଜାରି ରହିଛି।