ଓଡ଼ିଶାରେ ୧୩୭୯ ହତ୍ୟା ଏବଂ ୩୧୮୪ ଦୁଷ୍କର୍ମ କେସ୍

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ

ଶ୍ୱେତପତ୍ରରେ ଥିବା ତଥ୍ୟନୁସାରେ 2021 ତୁଳନାରେ 2022ରେ ଧର୍ତ୍ତବ୍ୟ ଅପରାଧ ହାର 14.65 % ବୃଦ୍ଧି

o ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା ଶ୍ୱେତପତ୍ରକୁ ପଢି ନାହାନ୍ତି
o ଶ୍ୱେତପତ୍ରରେ ଥିବା ତଥ୍ୟନୁସାରେ 2021 ତୁଳନାରେ 2022ରେ ଧର୍ତ୍ତବ୍ୟ ଅପରାଧ ହାର 14.65 % ବୃଦ୍ଧି ପାଇଛି
o କିଛି ଦିନ ପୂର୍ବରୁ ଗୃହ ବିଭାଗ ଦେଇଥିବା ତଥ୍ୟନୁସାରେ 2022ରେ ରାଜ୍ୟରେ 1379 ହତ୍ୟା ଏବଂ 3184 ଦୁଷ୍କର୍ମ କେସ୍ ରୁଜୁ ହୋଇଛି
o ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି
o 2016 ଓ 2018ରେ ଆସିଥିବା ମୋଟ 286ଟି ପ୍ରସ୍ତାବରୁ ମାତ୍ର 107ଟି ପ୍ରସ୍ତାବର ସହମତି ପ୍ରକାଶ ପାଇଛି ବୋଲି କହୁଛନ୍ତି, ଯାହା 37 ପ୍ରତିଶତ
o 2019-2022 ଭିତରେ ବିଦେଶୀ ପୁଞ୍ଜିନିବେଶରେ ଦେଶକୁ ଆସିଥିବା 13 ଲକ୍ଷ 42 ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାରୁ ଓଡ଼ିଶାକୁ ଆସିଛି ମାତ୍ର 0.08 ପ୍ରତିଶତ
o ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ଅଫିସର ହତ୍ୟା କରିବାର ପ୍ରାୟ 53 ଦିନ ବିତିବା ପରେ ମଧ୍ୟ ହତ୍ୟାର ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ ହୋଇଛନ୍ତି
o ରାଜ୍ୟରେ ଗତ 10 ବର୍ଷରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ 225ଟି ମାମଲାରୁ ମାତ୍ର 10ଟି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି । ଏଥିରୁ କ’ଣ ପ୍ରମାଣିତ ହେଉଛି ?

ଭୁବନେଶ୍ୱର, ମାର୍ଚ୍ଚ 21 – ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା ଶ୍ୱେତପତ୍ରକୁ ପଢି ନାହାନ୍ତି । ସେ କେବଳ ମିଛ କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ବେଳେ ବିରୋଧୀଙ୍କ ଲ’ ଲେସନେସ୍ କହିବା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କଷ୍ଟ ଦେଉଛି ? ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ । ଗତକାଲି ରାଜ୍ୟ ସରକାରଙ୍କ ଶ୍ୱେତପତ୍ରରେ ଥିବା ତଥ୍ୟନୁସାରେ 2021 ତୁଳନାରେ 2022ରେ ଧର୍ତ୍ତବ୍ୟ ଅପରାଧ ହାର 14.65 % ବୃଦ୍ଧି ପାଇଛି । କିଛି ଦିନ ପୂର୍ବରୁ ଗୃହ ବିଭାଗ ଦେଇଥିବା ତଥ୍ୟନୁସାରେ 2022ରେ ରାଜ୍ୟରେ 1379 ହତ୍ୟା ଏବଂ 3184 ଦୁଷ୍କର୍ମ କେସ୍ ରୁଜୁ ହୋଇଛି । ଓଡ଼ିଶାର 19% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ 31% ଶିଶୁ ପୁଷ୍ଟିହୀନର ଶୀକାର । 18% ଉଚ୍ଚତା କମ୍ ଓ 60 %ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ ।

ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି । 2016 ଓ 2018ରେ ଆସିଥିବା ମୋଟ 286ଟି ପ୍ରସ୍ତାବରୁ ମାତ୍ର 107ଟି ପ୍ରସ୍ତାବର ସହମତି ପ୍ରକାଶ ପାଇଛି ବୋଲି କହୁଛନ୍ତି, ଯାହା 37 ପ୍ରତିଶତ । ତଳ ସ୍ତରରେ ପୁଞ୍ଜିନିବେଶ କେମିତି ହେଉଛି, ଓଡ଼ିଶାବାସୀ ଜାଣିଛନ୍ତି ।

ତଥ୍ୟ ଅନୁସାରେ 2019-2022 ଭିତରେ ବିଦେଶୀ ପୁଞ୍ଜିନିବେଶରେ ଦେଶକୁ ଆସିଥିବା 13 ଲକ୍ଷ 42 ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାରୁ ଓଡ଼ିଶାକୁ ଆସିଛି ମାତ୍ର 0.08 ପ୍ରତିଶତ । ଏଥିରୁ ରାଜ୍ୟ ସରକାରଙ୍କ ପାରିବାପଣିଆ ସ୍ପଷ୍ଟ ହେଉଛି ।

ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ଅଫିସର ହତ୍ୟା କରିବାର ପ୍ରାୟ 53 ଦିନ ବିତିବା ପରେ ମଧ୍ୟ ହତ୍ୟାର ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ ହୋଇଛନ୍ତି । ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା କଣ, ତାହାକୁ ଓଡ଼ିଶାବାସୀ ମର୍ମେ ମର୍ମେ ଅନୁଭବ କଲେଣି । ରାଜ୍ୟରେ ଗତ 10 ବର୍ଷରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ 225ଟି ମାମଲାରୁ ମାତ୍ର 10ଟି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି । ଏଥିରୁ କ’ଣ ପ୍ରମାଣିତ ହେଉଛି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।