୧୯ ମାସ ଜେଲ ରହଣି ନୀତୀଶଙ୍କୁ ଦେଲା ନୂଆ ଜୀବନ

୧୯୭୪ରୁ ୧୯୭୭ ଭିତରେ ନୀତୀଶ ଜୟପ୍ରକାଶ ନାରାୟଣ…

ପାଟଣା : ୧୯୭୪ରୁ ୧୯୭୭ ଭିତରେ ନୀତୀଶ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଜରୁରୀକାଳୀନ ଶାସନ ବିରୋଧୀ ଆନ୍ଦୋଳନରେ ଝାସ ଦେଲେ । ଫଳରେ ତାଙ୍କୁ ୧୯ ମାସ ଧରି ଜେଲରେ ରହିବାକୁ ପଡ଼ିଥିଲା । ୧୯୮୫ରେ ନୀତୀଶ ପ୍ରଥମ ଥର ପାଇଁ ବିହାର ବିଧାନସଭାକୁ ନିର୍ବାଚିତ ହେଲେ । ୧୯୮୭ରେ ଯୁବ ଲୋକଦଳର ସଭାପତି ହେଲେ । ୧୯୮୭ରୁ ୧୯୮୯ ପର୍ଯ୍ୟନ୍ତ ବିହାର ଜନତା ପାର୍ଟିର ସାଧାରଣ ସମ୍ପାଦକ ରହିଲେ । ୧୯୯୪ରେ ନୀତୀଶ ଜନତା ଦଳ ଛାଡ଼ି ଜର୍ଜ ଫର୍ଣ୍ଣାଡିସଙ୍କ ସହ ମିଶି ସମତା ପାର୍ଟି ଗଠନ କଲେ । ୧୯୯୬ରେ ସମତା ପାର୍ଟି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ଯୋଗ ଦେଲା । ୧୯୯୮-୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନୀତୀଶ କୁମାର ରେଳବାଇ, ସଡ଼କ ପରିବହନ ଓ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇଥିଲେ ।