ଦମ୍ ଅଛି ତ ନବୀନ ପଟ୍ଟନାୟକଙ୍କୁ ଟଳେଇ ଦିଅନ୍ତୁ ବିଜେପି, କଂଗ୍ରେସ; ‘ତୁଚ୍ଛାକୁ ଏତେ ମୁଦିନାହିଁ ଗୋଡ କଚାଡୁ କେତେ’

ଦମ୍ ଅଛିତ ନବୀନଙ୍କୁ ଟଳାଇ ଦିଅନ୍ତୁ ବିରୋଧୀ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବିଜେଡି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ହତ୍ୟା ମାମଲା ଟିକୁ ଚାପି ଦେବା ପାଇଁ ଉଦ୍ୟମ କରୁଥିବାବେଳେ, ବିଜେପି ଛଳନା କରୁଛି। ରାଜ୍ୟରେ ବିଜେପି ସ୍ଥିତି ଦୃଵଳ ଥିବାବେଳେ, କଂଗ୍ରେସ ଏକ ପ୍ରକାରର ଆତ୍ମସମର୍ପଣ କରିଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ହତ୍ୟା ଘଟଣାକୁ ଢାଲକରି ନବୀନ ପଟ୍ଟନାୟକଙ୍କୁ ଅଯଥା ସମାଲୋଚନା କରିବା ବିରୋଧୀ ଦଳପକ୍ଷେ ଆଦୌଉଁ ଶୋଭାପାଉନାହିଁ।

ଭାରତୀୟ ଜନତା ପାର୍ଟି:
ଓଡିଶାବାସୀ ଆଜି ଆତଙ୍କିତ ଏବଂ ସରକାର ପଙ୍ଗୁ ହୋଇ ରହିଛି । ଗତ ଦୁଇ ଦିନ ତଳେ ଜଣେ ପୋଲିସ ଅଧିକାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ । ପୋଲିସ୍ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ଏବଂ ଦୀର୍ଘ ୨୩ବର୍ଷ ଧରି ଗୃହ ବିଭାଗର ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ନିଜ ପାଟି ନଖୋଲିବା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ । ଏପରିକି ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି କହିବା ସହ ରାଜ୍ୟରେ କିଏ ସରକାର ଚଳାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।

#କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ହେଉ: ସମୀର ମହାନ୍ତିି
# ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି
# ରାଜ୍ୟରେ କିଏ ସରକାର ଚଳାଉଛି ?
# ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ
# ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଭାଗ ବିଫଳ ସାବ୍ୟସ୍ତ ହୋଇଛି
# ବିଗତ ଦିନମାନଙ୍କରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଉଛି, ସେଇଠି ଆଇନ ଶୃଙ୍ଖଳାକୁ ନେଇ ଆଉ କ’ଣ ଆଶା କରାଯାଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀଙ୍କୁ ବିଗତ ଦିନରେ ରାଜ୍ୟ ସରକାର ପଦୋନ୍ନତି ଦେଇ ବାରମ୍ବାର ପୁରସ୍କୃତ କରିବା ସହ ମେଡାଲ ଓ ଅର୍ଥରାଶି ମଧ୍ୟ ଦେଇଛନ୍ତି । ହଠାତ୍ ସେହି ଦକ୍ଷ ପୋଲିସ ଅଧିକାରୀଜଣକ କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲେ ତାହା ଏବେ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି । ସେହିପରି ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ । ଯିଏ କ୍ରାଇମ କଲା ସେହି ବିଭାଗ ତଦନ୍ତ କରିବ, ଯାହାକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରୁ ନଥିବା ଶ୍ରୀ ମହାନ୍ତି କହିଛନ୍ତି ।

ବିଗତ ଦିନରେ ମମିତା ମେହେର ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁର୍ଷ୍କମ, ଯାଜପୁରର ସ୍ମିତାରାଣି ବିଶ୍ୱାଳଙ୍କର ହତ୍ୟାକାଣ୍ଡ ଭଳି ଅନେକ ଘଟଣାରେ କ୍ରାଇମବ୍ରାଂଚର ତଦନ୍ତ କରିଥିଲେ ହେଲେ ଫଳ ଶୂନ । ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ, ଯାହାକି ସମଗ୍ର ଦେଶରେ ସର୍ବନିମ୍ନ । ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଭାଗ ବିଫଳ ସାବ୍ୟସ୍ତ ହୋଇଥିବା ରାଜ୍ୟବାସୀ ଅନୁଭବ କରୁଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଇ ପୁଣି ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ମନିଟରିଂ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି । ଭାରତୀୟ ଜନତା ପାର୍ଟି ଆଜି କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା କରୁନାହିଁ । ବିଗତ ଦିନମାନଙ୍କରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଏବଂ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
OPCC
ପ୍ରଦେଶ କଂଗ୍ରେସ:
ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଜଣେ ପୁଲିସ କର୍ମଚାରୀଙ୍କ ଗୁଳି ଚୋଟରେ ମୃତ୍ୟୁ ହେବା ଘଟଣା ଏକ ଅତି ଉଦ୍‌ବେଗ ଜନକ ତଥା ସମ୍ବେଦନଶୀଳ ଘଟଣା । ତାଙ୍କ ମୃତ୍ୟୁରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ଏହି ଘଟଣାକୁ ନେଇ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଆଜି ପି.ସି.ସି. ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଓ ପିସିସି ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ଏହି ହତ୍ୟାକାଣ୍ଡ ପଛରେ ସାଘାଂତିକ ଷଡ଼ଯନ୍ତ୍ର ଲୁଚି ରହିଛି ବୋଲି କହିବା ସହିତ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ସେମାନେ କହିଛନ୍ତି ନିଜର କ୍ୟାବିନେଟ୍ ସହଯୋଗୀ ନିଜ ବିଭାଗର ପୋଲିସ କର୍ମଚାରୀଙ୍କ ଦ୍ୱାରା ହତ୍ୟା ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଉତରଦାୟୀ ଏବଂ ନୈତିକତା ଦୃଷ୍ଟିରୁ ସେ ପଦତ୍ୟାଗ କରିବା ଉଚିତ୍ । ନିଜ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ଜୀବନ ରକ୍ଷା କରିବାରେ ବିଫଳ ସରକାର ସାଧାରଣ ଜନତାଙ୍କ ସୁରକ୍ଷା କଣ ଦେବ ବୋଲି ସେମାନେ ପ୍ରଶ୍ନ
କରିଛନ୍ତି ।

#ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛି ସାଙ୍ଘାତିକ ଷଡ଼ଯନ୍ତ୍ର – କଂଗ୍ରେସ
#ଗୃହବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତରଦାୟୀ
#ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏସ୍‌.ଆଇ.ଟି. ତଦନ୍ତ ଦାବି କଲା କଂଗ୍ରେସ

ଶ୍ରୀ ପଂଚାନନ କାନୁନ୍‌ଗୋ ଏହି ସାମ୍ବାଦିକ ସମ୍ମିଳନୀରେ ୭ ଟି ପ୍ରଶ୍ନ ସରକାରଙ୍କୁ ପଚାରିଛନ୍ତି ଏବଂ ଆସନ୍ତା ୭ ଦିନ ଭିତରେ ଏହାର ଉତର ସରକାର ଙ୍କ ପକ୍ଷରୁ ଦାବୀ କରିଛନ୍ତି । ନବ ଦାସଙ୍କ ହତ୍ୟା କରିଥିବା ପୋଲିସ ଏ.ଏସ୍‌.ଆଇ ଗୋପାଳ ଦାସ କେବେ ଠୁ ମାନସିକ ରୋଗୀ ବୋଲି ଚିହ୍ନ ହେଲେ? କେବେ ଠୁ ସେ ଚିକିତ୍ସା ହେଲେ? କଣ କଣ ଔଷଧ ସେ ଖାଉଥିଲେ? ସେ ଯଦି ମାନସିକ ରୋଗଗ୍ରସ୍ତ ତାଙ୍କୁ କିଏ ଏ ଏସ୍‌. ଆଇ ଭାବରେ ନିଯୁକ୍ତି ଦେଇଥିଲା? ହତ୍ୟା ଘଟଣା ଘଟାଇବା ପୂର୍ବରୁ ତାଙ୍କୁ ବନ୍ଧୁକ କାହିଁକି ଓ କିଏ ଦେଇଥିଲା? ଏହି ଘଟଣାରେ ଗୁଇନ୍ଦା ବିଭାଗର ବିଫଳତା ଦାୟୀ ନୁହନ୍ତି କି? ଏତେ ପର୍ଯ୍ୟନ୍ତ କାହିଁକି କୌଣସି ଦୋଷୀ ଅଫିସର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ଏହି ସବୁ ପ୍ରଶ୍ନ ଗୁଡ଼ିକର ଉତର ସରକାରଙ୍କ ଠାରୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଘଟଣାର କ୍ରାଇମ୍ ବ୍ରାଂଚ ତଦନ୍ତ ଏକ ପ୍ରହସନ ଏବଂ ଏହା ରାଜ୍ୟରେ ଅତୀତରେ କ୍ରାଇମ୍ ପଛର ପ୍ରକୃତ ସତ୍ୟତାକୁ ଲୋକ ଲୋଚନକୁ ଆଣିବା ପରିବର୍ତେ ତାହାକୁ ଘଂଟ ଘୋଡାଇଛି । ନବ ଦାସଙ୍କୁ ହତ୍ୟା ଘଟଣା କ୍ରାଇମ୍ ବ୍ରାଂଚ ଦ୍ୱାରା କଲେ ଏହାର ଭାଗ୍ୟ ମଧ୍ୟ ସେଇଆ ହେବ । ତେଣୁ ହାଇକୋର୍ଟର ଜଣେ ଅଧିଷ୍ଠିତ ବିଚାରପତି ଙ୍କ ତତ୍ୱାବଧାନରେ ଏସ୍‌.ଆଇ ଟି ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଶ୍ରୀ ସୁଦର୍ଶନ ଦାସ ଦାବୀ କରିଥିଲେ ।