160×600
160×600

ବିଜେଡି ବିଧାୟକଙ୍କ ମୁହଁରେ ‘ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିୟାନ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚଳନ୍ତି ପ୍ରତିମାକୁ ବିଜେଡିର ବହୁ ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରୁଛନ୍ତି । ସବୁ ଶୁଣି ନବୀନ ପଟ୍ଟନାୟକ ନିରବ ରହୁଛନ୍ତି । କଥା କ’ଣ? ବିଜେଡି ବିଧାୟକଙ୍କ ମୁଣ୍ଡ ବିଗିଡ଼ି ଯାଇଛି ନା କ’ଣ? ସଭାମଂଚରେ ଚଳନ୍ତି ପ୍ରତିମାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ ପଛରେ ପ୍ରକୃତ ମୁଖ୍ୟମନ୍ତ୍ରୀଙ୍କର ଗୁପ୍ତ ଯୋଜନା କାମ କରୁନି ତ?

ଭିକେ ପାଣ୍ଡିୟାନଙ୍କୁ ଓଡ଼ିଶାର ଭାଗ୍ୟବିଧାତା କରି ଶାନ୍ତିରେ ବିଶ୍ରାମ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନସ୍ଥ କରିନାହାନ୍ତି ତ? ଦେବୀ ମିଶ୍ର, ଶଶିଭୂଷଣ ବେହେରାଙ୍କଠାରୁ ଆରମ୍ଭ କରି ଝିନ ହିକକାଙ୍କ ପର୍ଯ୍ୟନ୍ତ ପ୍ରାୟ ୨୦-୩୦ ବିଧାୟକ ଭିକେ ପାଣ୍ଡିୟାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ଓଡ଼ିଶାବାସୀଙ୍କୁ ଜଣାଇ ଦେବାକୁ ଚାହୁଁଛନ୍ତି ଯେ ଆଗାମୀ ଦିନରେ ପାଣ୍ଡିୟାନ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ।

କଥା କ’ଣ କି, ବିଜେଡି ନେତା ଭିକେ ପାଣ୍ଡିୟାନ କୋରାପୁଟ ଯାଇଥିଲେ । କୋରାପୁଟ ବିଜେଡି ସଭାପତି ଝିନ ହିକକା ପାଣ୍ଡିୟାନଙ୍କୁ ସଂଖୋଳି ନେଇଥିଲେ । ବେଶ ଆଦବ କାଇଦାରେ ଆରମ୍ଭ ହେଲା ସମାବେଶ । ସଭାମଂଚରୁ ଉପସ୍ଥିତ ଜନତାଙ୍କୁ ଅଭିଭାଷଣ ଦେଉଥିଲା ବେଳେ ହିକକାଙ୍କ ପାଟିରୁ ବାହାରି ପଡ଼ିଲା, ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିୟାନ ସାର ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ।

ସମବେତ ଜନତାଙ୍କ ଭିତରେ ଗୋଟିଏ ଆଲୋଚନା ଚାଲିଥିଲା, ହିକକା ଥଣ୍ଡାମୁଣ୍ଡରେ ପାଣ୍ଡିୟାନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଛନ୍ତି ନା’ ମଦନିଶାରେ ।