‘ଏ ନିର୍ବାଚନ ନର୍ମଦା ପ୍ରକଳ୍ପ ବିରୋଧୀଙ୍କୁ ହରାଇବା ପାଇଁ

ଗାନ୍ଧୀନଗର: ଗୁଜରାଟ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସୁରେନ୍ଦ୍ର ନଗରରେ ଅନୁଷ୍ଠିତ ଜନସଭାରେ ପ୍ରଧାନମନ୍ତ୍ରୀ କହିଲେ, ମୁଁ ଜନତାଙ୍କର ସେବକ । ମୋର ଔକାତ୍‌ କ’ଣ? କଂଗ୍ରେସବାଲା କହୁଛନ୍ତି ମୋଦୀକୁ ଔକାତ୍‌ ଦେଖାଇବେ । ଅହଂକାର ଭାଇ ଅହଂକାର । ଆପଣମାନେ ରାଜ ପରିବାରରୁ ଆସିଛନ୍ତି । ମୁଁ ତ ସାଧାରଣ ପରିବାର ପିଲା । ମୋର ଔକାତ ବୋଲି କିଛି ନାହିଁ । ତୁମେମାନେ ମୋର ଔକାତ ଦେଖିବା ଦରକାର ନାହିଁ । ମୁଁ ଜଣେ ଆଜ୍ଞାକାରୀ, ଲୋକଙ୍କ ଚାକର, ଆଜ୍ଞା ପାଳନକାରୀଙ୍କର କିଛି ଔକାତ ନାହିଁ ।

ତୁମେମାନେ ମୋତେ ନୀଚଜାତିର କହୁଛ । ତୁମେମାନେ ମୃତ୍ୟୁର ବେପାରୀ କହୁଛ । ନାଳନର୍ଦ୍ଦମାର କୀଟ କହୁଛ । ତୁମେମାନେ ଔକାତ କଥା କହୁଛ । ଆମର କିଛି ଔକାତ ନାହିଁ । ଦୟାକରି ବିକାଶ ପ୍ରସଙ୍ଗ ଆଲୋଚନା କର । ବିକଶିତ ଗୁଜରାଟ ନିର୍ମାଣ ପାଇଁ ମଇଦାନକୁ ଆସ । ଔକାତ ବନାଇବାର ଖେଳ ଛାଡ଼ିଦିଅ ଭାଇ ।

ଯୋଉ ଲୋକଙ୍କ ହାତରୁ କ୍ଷମତା ଚାଲିଯାଇଛି । ସେମାନେ କ୍ଷମତାକୁ ଫେରିବା ପାଇଁ ଯାତ୍ରା କରୁଛନ୍ତି । ନର୍ମଦା ପ୍ରକଳ୍ପକୁ ତିନିଦଶନ୍ଧି ଧରି ଅଟକାଇ ରଖିଥିବା ମହିଳାଙ୍କ କାନ୍ଧରେ ହାତ ପକାଇ କଂଗ୍ରେସ ନେତା ପଦଯାତ୍ରା କରୁଛନ୍ତି । ଏ ନିର୍ବାଚନ ନର୍ମଦା ପ୍ରକଳ୍ପ ବିରୋଧୀଙ୍କୁ ହରାଇବା ପାଇଁ ନିର୍ବାଚନ ।