ନିଜକୁ ଦୁର୍ଗୁଣଠାରୁ ରକ୍ଷା କରିବା ଜାଣନ୍ତୁ…

ଅହଂ ବ୍ରହ୍ମାସି…

ବିନା ବିଚାରି କୌଣସି କଥା କୁହନ୍ତୁ ନାହିଁ। ଗୋଟିଏ ଶବ୍ଦ ବି ବ୍ୟର୍ଥରେ କୁହନ୍ତୁ ନାହିଁ । ଅନାବଶ୍ୟକ କଥାବାର୍ତ୍ତା କର ନାହିଁ । ସେଗୁଡ଼ିକୁ ଛାଡ଼ିଦିଅ ଓ ମୌନ ରୁହ । ଏହି କ୍ଷଣଭଙ୍ଗୁର ଆଧିଭୌତିକ ସଂସାରରେ ନିଜର କୌଣସି ଅଧିକାର ରଖ ନାହିଁ । ନିଜର କର୍ତ୍ତବ୍ୟ ପ୍ରତି ବିଶେଷ ଧ୍ୟାନ ଦିଅ ଏବଂ ଅଧିକାର କଥା କମ୍ କହ । ଅଧିକାର କଥା ରାଜସିକ ଅହଂକାରରୁ ଉତ୍ପନ୍ନ ହୋଇଥାଏ । ଏହି ଅଧିକାର ନିରର୍ଥକ । ଏଥିପାଇଁ ଝଗଡ଼ା କଲେ ସମୟ ଓ ଶକ୍ତି ଅପଚୟ ହୋଇଥାଏ ।

ନିଜର ଜନ୍ମସିଦ୍ଧ ଅଧିକାର ଈଶ୍ଵରଜ୍ଞାନ- ‘‘ଅହଂ ବ୍ରହ୍ମାସି’’ ଲାଭ କର । ତା’ ହେଲେ ତୁମେ ତ୍ୟାଗୀ ମନୁଷ୍ୟ ହୋଇପାରିବ । ତୁମ ପାଖରେ ସଦାଚାର, ବ୍ରହ୍ମଚର୍ଯ୍ୟ, ସତ୍ୟ, ଦୟା, ଶୁଦ୍ଧପ୍ରେମ, ସହନଶୀଳତା, କ୍ଷମା ଓ ଶାନ୍ତ ପ୍ରକୃତି ଆଦି ସଦ୍‌ଗୁଣ ଥିଲେ ସେଗୁଡ଼ିକ ଦୁର୍ଗୁଣର ପ୍ରତିରୋଧ କରିପାରିବେ । କିନ୍ତୁ ସେଥିପାଇଁ ତୁମେ ଦୁର୍ଗୁଣ ଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ସେଗୁଡ଼ିକୁ ଦୂର କରିବା ସକାଶେ ସତର୍କ ରହିବାକୁ ପଡ଼ିବ

ଯଦି ତୁମେ କୌଣସି ଭନ୍ନତ ମହାତ୍ମାଙ୍କ ସଂଗତିରେ ରହିବ, ତେବେ ତାଙ୍କ ଆକର୍ଷକ ଓଜ ଏବଂ ଆଧ୍ୟାତ୍ମିକ ବିଦ୍ୟୁତଶକ୍ତି ପ୍ରଭାବରେ ତୁମେ ଲାଭାନ୍ବିତ ହେବ । ସେମାନଙ୍କ ସଂଗତି ତୁମ ପାଇଁ ଢାଲର କାର୍ଯ୍ୟ କରିବ । ତୁମ ଉପରେ ଖରାପ ପ୍ରଭାବ ପଡ଼ିବ ନାହିଁ । ପତନର ଭୟ ରହିବ ନାହିଁ । ଶୀଘ୍ର ତୁମର ଆଧ୍ୟାତ୍ମିକ ଉନ୍ନତି ହୋଇପାରିବ ।

ଆତ୍ମାନୁସନ୍ଧାନ ତଥା ଅନ୍ତରାବଲୋକନ ଦ୍ୱାରା ନିଜର ଦୋଷଗୁଡ଼ିକୁ ଦୂର କରିବାର ଚେଷ୍ଟା କର । ଏହା ହିଁ ପ୍ରକୃତ ସାଧନା । କଷ୍ଟ ହେଲେ ମଧ୍ୟ ନିଜର ସର୍ବସ୍ଵ ଦେଇ ଏହା ଲାଭ କର ।