ଏସିଆ କପ: ଭାରତ ୭ ଥର ବିଜୟୀ ହୋଇଛି

ଏସିଆର ଏକ ଲୋକପ୍ରିୟ କ୍ରିକେଟ୍‌ ଟୁର୍ଣ୍ଣାମେଂଟ ଭାବେ ଏସିଆ କପ୍‌ ମାନ୍ୟତା ଲାଭ କରିଛି । ପ୍ରତି ଦୁଇବର୍ଷରେ ଏସିଆ କପ୍‌ ଅନୁଷ୍ଠିତ ହୋଇଥାଏ । ଟୁର୍ଣ୍ଣାମେଂଟର ଆୟୋଜନ କରିଥାନ୍ତି ଆନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି). ଏହି କ୍ରମରେ ଏସିଆ କପର ଷୋଡଶ ସଂସ୍କରଣ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ଅଗଷ୍ଟ ୩୦ ତାରିଖରୁ ଏସିଆ କପ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ଚଳିତ ବର୍ଷ ୬ଟି ଦେଶ ଟୁର୍ଣ୍ଣାମେଂଟରେ ଭାଗ ନେଇଛନ୍ତି । ୧୯୮୪ରେ ସାଉଦି ଆରବରେ ପ୍ରଥମ ଥର ପାଇଁ ଏସିଆ କପ ଅନୁଷ୍ଠିତ ହୋଇଥିଲା । ସେଥିରେ ଭାରତ ବିଜୟୀ ହୋଇଥିଲା ବେଳେ ଶ୍ରୀଲଙ୍କା ରନର୍ସ ହାସଲ କରିଥିଲା ।

ଚଳିତ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚଟି ଅଗଷ୍ଟ ୩୦ ତାରିଖ ଦିନ ପାକିସ୍ତାନର ମୁଲତାନରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ ।

ଏସିଆ କପର ଇତିହାସକୁ ଅନୁଧ୍ୟାନ କଲେ, ଭାରତ ୭ ଥର ଏସିଆ କପ ହାସଲ କରିଥିଲା ବେଳେ ତିନିଥର ରନର ଅପ୍‌ ହୋଇଛି । ଭାରତ ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଏସିଆ କପ ଲାଭ କରିଥିଲା । ଶ୍ରୀଲଙ୍କା ୬ ଥର ଏସିଆ କପ ଲାଭ କରିଥିଲା ବେଳେ ୬ ଥର ରନର ଅପ୍‌ ହୋଇଛି । ପାକିସ୍ତାନ ୨ ଥର ଏସିଆ କପ ବିଜେତା ହୋଇଥିଲା ବେଳେ ୩ ଥର ରନର ଅପ୍‌ ହୋଇଛି । ବାଂଲାଦେଶ ତିନିବାର ରନର ଅପ୍‌ ହେବାର ସୌଭାଗ୍ୟ ଲାଭ କରିଛି ।