ଭଜିଙ୍କୁ କରୋନା

ନୂଆଦିଲ୍ଲୀ : ଭାରତୀୟ ଦୂଳର ପୂର୍ବତନ କ୍ରିକେଟର ହରଭଜନ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନରେ ରହିଛନ୍ତି । ଟ୍ୱିଟ୍‌ କରି ହରଭଜନ କହିଛନ୍ତି ଯେ, ଅସୁସ୍ଥ ଅନୁଭବ କରୁଥିବାରୁ କୋଭିଡ ଟେଷ୍ଟ କରାଇଥିଲି ଓ ରିପୋର୍ଟ ପଜିଟିଭ ଆସିଛି । ସେହିପରି ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି । ରିପୋର୍ଟ ପଜିଟିଭ ସେ ପରେ ନିଜକୁ ଘରେ ଆଇସୋଲେଟ କରିଛି । ସେହିପରି ସେ କହିଛନ୍ତି ଯେ, ଗତ କିଛିଦିନ ଭିତରେ ଯେଉଁମାନେ ମୋ ମୋ ସମ୍ପର୍କରେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।