ଆଇସିସି ପୁରୁଷ ଟି-୨୦ ପ୍ଲେୟର୍‌ ଅଫ୍‌ ଇଅର୍‌ ସୂର୍ଯ୍ୟ କୁମାର ଯାଦବ

ଭାରତର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟ କୁମାର ….

ନୂଆଦିଲ୍ଲୀ: ଭାରତର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟ କୁମାର ଯାଦବ ଆଇସିସି ପୁରୁଷ ଟି-୨୦ ପ୍ଲେୟର ଅଫ୍‌ ଇଅର ଭାବେ ଘୋଷିତ ହୋଇଛନ୍ତି । ବୁଧବାର ଇଂଟରନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ ଏହି ଘୋଷଣା କରିଛି । ଆଇସିସି ପକ୍ଷରୁ ଏଭଳି ସମ୍ମାନ ପାଇସାରିଛନ୍ତି ଇଂଲଣ୍ଡ ବୋଲର ସାମ୍‌ କରନ୍‌, ପାକିସ୍ତାନ ୱିକେଟ୍‌ ରକ୍ଷକ ମହମ୍ମଦ ରିଜୱାନ୍‌ ଓ ଜିମ୍ବାୱେ ଅଲ ରାଉଣ୍ଡର ସିକନ୍ଦର ରଜା ।

୨୦୨୨ରେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ୍‌ ହାସଲ କରିଛନ୍ତି ସୂର୍ଯ୍ୟ କୁମାର ଯାଦବ । ୨୦୨୨ରେ ସୂର୍ଯ୍ୟ କୁମାର ମୋଟ ୩୧ଟି ଟି-୨୦ ଖେଳିବାର ସୁଯୋଗ ପାଇଥିଲେ । ଦୁଇଟି ଶତକ ଓ ୯ଟି ଅର୍ଦ୍ଧଶତକ ବଳରେ ମୋଟ ୧୧୬୪ ରନ୍‌ କରିଥିଲେ । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୧୮୭.୪୩ । ସେ ଗୋଟିଏ ବର୍ଷରେ ଏକ ହଜାରରୁ ଅଧିକ ରନ୍‌ ହାସଲ କରିଥିବା ଦ୍ୱିତୀୟ ଖେଳାଳି । ତାଙ୍କ ପୂର୍ବରୁ ପାକିସ୍ତାନ ୱିକେଟ୍‌ ରକ୍ଷକ ମହମ୍ମଦ ରିଜୱାନ୍‌ ୨୦୨୧ରେ ୨୬ଟି ଟି-୨୦ ମ୍ୟାଚ୍‌ରୁ ମୋଟ ୧୩୨୬ ରନ୍‌ ସ୍କୋର କରିଥିଲେ । ୨୦୨୨ରେ ସୂର୍ଯ୍ୟ କୁମାର ୬୮ଟି ଟି-୨୦ ଛକା ମାରିଛନ୍ତି । ଗୋଟିଏ ବର୍ଷ ଭିତରେ ତାଙ୍କର ଫର୍ମାଟ୍‌ ବେଶ ଚମକ୍ରାର ଥିଲା ।