ଓଡ଼ିଶାବାସୀଙ୍କ ଦୃଷ୍ଟିରେ ଏବେ ଏକମାତ୍ର ଆମ୍‌ ଆଦ୍‌ମୀ ପାର୍ଟି

୨୭ରେ ଭୁବନେଶ୍ୱର ପହଂଚିବେ ଆପ୍‌ ସାଂସଦ କାଡିଆନ୍‌

ଏଥର ଆମ୍‌ ଆଦ୍‌ମୀ ପାର୍ଟିକୁ କ୍ଷମତାକୁ ଆଣି ….

ଭୁବନେଶ୍ୱର: ‘ବହୁତ ହେଇଗଲା ବିଜେଡି ପ୍ରେମ । ଏଥର ଆମ୍‌ ଆଦ୍‌ମୀ ପାର୍ଟିକୁ କ୍ଷମତାକୁ ଆଣିବା । ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁକୁ ଦେଖିଦେଖି ଚିଡ଼ି ଲାଗିଲାଣି । ଏଥର ଜଣେ ନୂଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା । ତାଙ୍କ ଶାସନର କମାଲ ଅନୁଭବ କରିବା ।’ ଏମିତି ଏକ ମାହୋଲ ସୃଷ୍ଟି ହୋଇଛି ଓଡ଼ିଶାରେ । ଦିନକୁ ଦିନ ଆପ୍‌ ଉପରେ ରାଜ୍ୟବାସୀଙ୍କ ଭରସା ବୃଦ୍ଧି ପାଉଛି । ପଂଚାୟତ ଓ ନଗର ନିଗମ ନିର୍ବାଚନ ସମୟରେ ଆମ୍‌ ଆଦ୍‌ମୀ ପାର୍ଟି ଲୋକଙ୍କ ନିକଟତର ହୋଇଛି । ରାଜ୍ୟର ପ୍ରତ୍ୟେକ ବର୍ଗର ଲୋକଙ୍କ ମନରେ ଆପ୍‌ ପ୍ରତି ଦୁର୍ବଳତା ପ୍ରକାଶ ପାଇବାକୁ ଲାଗିଛି ।

ଦୁର୍ବଳ ବିରୋଧୀ କାରଣରୁ ଆଂଚଳିକ ଦଳ ବିଜେଡି ବିଗତ ୨୩ ବର୍ଷ ଧରି ଓଡ଼ିଶାକୁ ଶାସନ କରିଆସୁଛି । ବିଜେଡି ନିକଟରେ ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଏକପ୍ରକାର ଆତ୍ମସମର୍ପଣ କରି ସାରିଛନ୍ତି । ବିଜେପିର ରାଜ୍ୟ ନେତାମାନେ ଜନତାଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରୁନାହାନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଯେତେ ଉଦ୍ୟମ କଲେ ମଧ୍ୟ ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରୁନି । ବିଶେଷ କରି କଂଗ୍ରେସର ଗୋଡ଼ଟଣା ରାଜନୀତି ବିଜେଡିକୁ ବେଶ ସୁହାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଓଡ଼ିଶା କଳେବର ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।

୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆପ୍‌ର କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଆସିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଜାନୁଆରୀ ଶେଷ ଆଡ଼କୁ ସାଂସଦ ବିରେନ୍ଦର ସିଂହ କାଡିଆନ୍‌, ଫେବୃଆରୀରେ ରାଜ୍ୟସଭା ସଭ୍ୟ ସନ୍ଦୀପ କୁମାର ପାଠକ ଓ ମାର୍ଚ୍ଚ-ଏପ୍ରିଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଡ଼ିଶାକୁ ଆସିବାର ଅଛି । ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଆପ୍‌ ପ୍ରାର୍ଥୀ ଦେବାର ଯୋଜନା କରୁଛି ।
ଜାତୀୟ ଦଳ ମାନ୍ୟତା ପାଇବା ପରଠାରୁ ଆପ୍‌ ପ୍ରତି ଲୋକଙ୍କ ମନରେ ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଉଛି ।