ବିଜେପି ପାଇଁ ବୋଝ ଥିଲେ ଗିରିଧର ଓ ତାଙ୍କ ପୁଅ

ବିଜେପିକୁ ଶକ୍ତ ଧକ୍କା..

ଭୁବନେଶ୍ୱର,(ସା କ୍ ସୀ ନ୍ୟୁଜ୍): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ଓ ତାଙ୍କ ପୁଅ ଶିଶିର ବିଜେପିରୁ ଇସ୍ତଫା ଦେବାରୁ ବିଜେପିକୁ ଶକ୍ତ ଧକ୍କା ବୋଲି ବିଜେଡି ବୋଲକରା ଗଣମାଧ୍ୟମ ପ୍ରତିକ୍ରିୟା ପ୍ରକାଶ କରିଛି । ଗମାଙ୍ଗୋ ବାପ-ପୁଅଙ୍କୁ ହରାଇ ବିଜେପି ସେପରି କିଛି କ୍ଷତିରେ ପଡ଼ିବନି ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି।

କଂଗ୍ରେସ ଅନୁଗ୍ରହରୁ ମୁଖ୍ୟମନ୍ତ୍ରୀ ପାହ୍ୟା ପର୍ଯ୍ୟନ୍ତ ଯାଇପାରିଥିଲେ ଗିରିଧର । ଲୋକଙ୍କ ଦୃଷ୍ଟିରେ ସରଳ ଓ ନିରାଡମ୍ବର ଜୀବନଯାପନକୁ ଆଦରି ନେଇଥିବା ଗିରିଧର ଗମାଙ୍ଗୋ ବାସ୍ତବରେ ସଂପୂର୍ଣ୍ଣ ଅଲଗା ।

କଂଗ୍ରେସରୁ ଛାଡ଼ପତ୍ର ନେଇ ସେ ବିଜେପି ହାତ ଧରିଥିଲେ ତାଙ୍କ ନିଜର ଫାଇଦା ପାଇଁ । ବିଜେପିରେ ତାଙ୍କର ପତିଆରା କହିଲେ କିଛି ନଥିଲା । ନାଁ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଦେଲେ ଜନଜାତି ଭୋଟବ୍ୟାଙ୍କ ସୃଷ୍ଟି ହୋଇଯିବନି । ଦଳରୁ ଇସ୍ତଫା ଦେଇ ଗିରିଧର ଓ ଶିଶିର ବରଂ ବିଜେପିକୁ ସାମାନ୍ୟ ଆଶ୍ୱସ୍ତ କରିଛନ୍ତି ।

ଦିନେ କଂଗ୍ରେସରୁ ଟିକେଟ୍‌ ନପାଇ ଗିରିଧର ଗମାଙ୍ଗୋ ବିଜେପିକୁ ଡେଇଁଥିଲେ । ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କଠାରୁ କିଛି ଫାଇଦା ଉଠାଇବା ଚକ୍କରରେ ଗିରିଧର ଓ ତାଙ୍କ ପୁଅ ଚିନ୍ତା କରୁଛନ୍ତି ।