ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ: ୱେଷ୍ଟଇଣ୍ଡିଜଠାରୁ ଭାରତ ୧୬୨ ରନ୍‌ ଆଗରେ

ଡୋମିନିକାର ୱିଣ୍ଡସର ପାର୍କରେ ଚାଲିଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା । ଅଧିନାୟକ ରୋହିତ ଶର୍ମା ଓ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ ଯଶସ୍ୱୀ ଜୟସ୍ୱାଲଙ୍କ ଯୋଡ଼ି ୨୨୯ ରନ୍‌ କରିଛନ୍ତି । ଦୁଇ ଓପନର୍ସ ଶତକ-ଶତକ ହାସଲ କରିଛନ୍ତି । ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ କୌଣସି ୱିକେଟ୍‌ ନହରାଇ ୱେଷ୍ଟଇଣ୍ଡିଜଠାରୁ ଆଗକୁ ଯାଇପାରିଛନ୍ତି । ୟା’ ପୂର୍ବରୁ ୨୦୦୨ରେ ସଂଜୟ ବାଙ୍ଗର ଓ ବିରେନ୍ଦ୍ର ସେହ୍ୱାଗ ଓପନିଂ ଯୋଡ଼ି ୨୦୧ ରନ୍‌ କରିଥିଲେ ।

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୁଇଟି ୱିକେଟ୍‌ ହରାଇ ୩୧୨ ରନ୍‌ କରିଛି । ଜୟସ୍ୱାଲ ୧୪୩ ରନ୍‌ କରି ଅପରାଜିତ ଅଛନ୍ତି । ମୋଟ ଉପରେ କହିଲେ, ଭାରତ ୧୬୨ ରନ୍‌ ଆଗୁଆ ରହିଛି ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନ୍‌ ଭିତରେ ସବୁ ୱିକେଟ୍‌ ହରାଇଥିଲା । ଭାରତର ବୋଲର ରବିିଚନ୍ଦ୍ରନ ଅଶ୍ୱିନ ୫ଟି ୱିକେଟ୍‌ ହାସଲ କରିଥିଲେ । ସେ ଏବେ ୭୦୦ରୁ ଅଧିକ ୱିକେଟ୍‌ ହାସଲ କରିଥିବା ତୃତୀୟ ଭାରତୀୟ ବୋଲର ।