ଆଇପିଏଲ-୧୬ରୁ ବାଦ୍‌ ପଡିଲେ ଝାଏ ରିଚାର୍ଡସନ

ଦଳର ଯୁବ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଝାଏ ରିଚାର୍ଡସନ ….

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) -୨୦୨୩ ଆରମ୍ଭ ହେବା ପୂର୍ବରୁ ସର୍ବାଧିକ ୫ଥର ବିଜେତା ମୁମ୍ବଇ ଇଣ୍ଡିଆନ୍‌ସକୁ ଧକ୍କା ଲାଗିଛି। ଦଳର ଯୁବ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଝାଏ ରିଚାର୍ଡସନ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୬ରୁ ବାଦ୍‌ ପଡିଛନ୍ତି। କହୁଣିରେ ଆଘାତ ଲାଗି ରିଚାର୍ଡସନ ଆଇପିଏଲରୁ ବାଦ୍‌ ପଡିଛନ୍ତି। ଗତ ସଂସ୍କରଣରେ ପଞ୍ଜାବ କିଙ୍ଗ୍‌ସ ପାଇଁ ଖେଳିଥିବା ରିଚାର୍ଡସନ ଆଇପିଏଲ-୨୦୨୩ ଲାଗି ମୁମ୍ବଇ ଇଣ୍ଡିଆନ୍‌ସରେ ସାମିଲ ହୋଇଥିଲେ।

କହୁଣୀରେ ଆଘାତ ଲାଗି ରିଚାର୍ଡସନ ୧୭ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ମଧ୍ୟ ବାଦ୍‌ ପଡିଛନ୍ତି।  କହୁଣିରେ ଅ​‌େ​‌ସ୍ତ୍ରାପଚାର କରାଯାଇଥିବାରୁ ସେ ଏବେ ଖେଳିବା ଅସମ୍ଭବ ହୋଇପଡିଛି। ଆଘାତ କ୍ରିକେଟର ଏକ ଅଂଶ। ଆଘାତରୁ ମୁକୁଳି ଖୁବଶୀଘ୍ର କ୍ରିକେଟକୁ ଫେରିବି ବୋଲି ରିଚାର୍ଡସନ କହିଛନ୍ତି।