ସନରାଇଜର୍ସ ହାଇଦ୍ରାବାଦ ବାଛିଲା ନୂଆ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ଆଉ ମାତ୍ର ୧୫ ଦିନ ବାକି ରହିଛି । ଏହାପୂର୍ବରୁ ପ୍ରତ୍ୟେକ ଦଳ ନିଜ ନିଜର ପ୍ଲାନ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ସନରାଇଜର୍ସର ଅଧିନାୟକ ପଦକୁ ନେଇ ଖୁବ ଆଲୋଚନା ଲାଗି ରହିଥିଲା । କିନ୍ତୁ ଟିମ ମ୍ୟାନେଜମେଣ୍ଟ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି । କେନ ୱିଲିୟମସନଙ୍କ ଜାଗାରେ କିଏ ଦଳର ନେତୃତ୍ୱ ନେବେ ସେ ନେଇ ଫାଞ୍ଚାଇଜି ପକ୍ଷରୁ ସ୍ପଷ୍ଟ ସୂଚନା ମିଳିସାରିଛି । ସାଉଥ ଆଫ୍ରିକାର ଷ୍ଟାର ଖେଳାଳି ଏଡେନ ମାର୍କରମଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ ।