ଟି-୨୦ ମ୍ୟାଚ ଟିକେଟକୁ ନେଇ ହଙ୍ଗାମା: ପୁଲିସ ମାଡ଼ରେ ୨୦ ଆହତ

ହାଇଦ୍ରାବାଦ : କ୍ରିକେଟ ମ୍ୟାଚ ଦେଖିବାକୁ ପାଗଳ ଦର୍ଶକ । ଆସନ୍ତା ୨୫ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ଦେଖିବାକୁ ଏବେଠୁ ହିଁ ଲୋକଙ୍କ ମଧ୍ୟରେ କ୍ରେଜ ବଢ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟା ଦର୍ଶକ ଟିକେଟ କିଣିବା ପାଇଁ ଜିମଖାନା ମଇଦାନରେ ଭିଡ ଜମାଇଛନ୍ତି । ତେବେ ଏହି ଟିକେଟ କିଣାବେଳେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା ।

ପୁଲିସ ମାଡରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହାଇଦ୍ରାବାଦରେ ପ୍ରଥମ କରି ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି । ଟିକେଟ ପାଇଁ ପ୍ରବଳ ଭିଡ ଓ ଠେଲାପେଲା ହୋଇଛନ୍ତି ଦର୍ଶକ । ପରେ ପୁଲିସ ଲାଠି ମାଡ କରିଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛ ।