ଭାରତରେ ଚାଲିବ ମ୍ୟାଗଲୋବ ଟ୍ରେନ୍

ନୂଆଦିଲ୍ଲୀ: ଜର୍ମାନୀ,ଆମେରିକା ଓ ବ୍ରିଟେନ୍ ପରେ ଏବେ ଭାରତରେ ଚାଲିବ ମ୍ୟାଗଲୋବ ଟ୍ରେନ୍। ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ । ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ ।

ମ୍ୟାଗଲୋବ ଟ୍ରେନ୍ ପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି । ଏହି ଟ୍ରେନ୍ ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ। ମ୍ୟାଗଲୋବ୍ ଟ୍ରେନ୍ ଟିକୁ ଚୁମ୍ୱକୀୟ ଶକ୍ତି ସହାୟତାରେ ଉପରକୁ ଉଠାଇ ଆଗକୁ ଯିବାରେ ସହାୟତା କରିବ। ମ୍ୟାଗ୍ନେଟିକ୍ ଲେଭିଟେସନ୍ ସହାୟତାରେ ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରଣାଳୟ ପିପିପି ମୋଡରେ ମ୍ୟାଗ୍ନେଟ୍ ଟ୍ରେନ୍ ସିଷ୍ଟମର ଯୋଜନା ତିଆରି କରିଛନ୍ତି । ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍ ,ଭେଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଟ୍ରେନର ରେଳ ଧାରଣା ସହିତ କୌଣସି ସିଧା ସଂପର୍କ ରହିବ ନାହିଁ । ତେଣୁ ଏଥିରେ ଉର୍ଜା ବ୍ୟବହାର ମଧ୍ୟ କମ୍ ହେବ । ଏହି ଟ୍ରେନ୍ ଘଣ୍ଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିପାରିବ ।ସୂଚାନମୁତାବିକ , କେନ୍ଦ୍ର ସରକାର ବେଙ୍ଗାଲୁରୁ-ଚେନ୍ନାଇ, ହାଇଦ୍ରାବାଦ୍-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ଼ ଏବଂ ନାଗପୁର-ମୁମ୍ୱାଇ ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଇବାକୁ ଯୋଜନା ତିଆରି କରୁଛନ୍ତି । ସାରା ବିଶ୍ୱରେ ହାତ ଗଣତି ଦେଶ ଗୁଡିକ ପାଖରେ ମ୍ୟାଗଲୋବ୍ ଟ୍ରେନ୍ ର ବୈଷୟିକ ଜ୍ଞାନ ରହିଛି । ଏହି ଦେଶ ଗୁଡିକ ମଧ୍ୟରେ ରହିଛି ଜର୍ମାନୀ, ଚୀନ, ଜାପାନ, ଦକ୍ଷିଣ କୋରିଆ ଏବଂ ଆମେରିକା ।