ନୟାଗଡ଼ରୁ : ଏସ୍ଟିଏଫ୍ ଓ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍ ନୟାଗଡ଼ ଓ ଖୋର୍ଦ୍ଧା ସହରରେ ଚଢ଼ାଉ କରି ପ୍ରାୟ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍ସୁଗାର୍ ସହ ନଗଦ ୬୬ ଲକ୍ଷ ୫୦ ହଜାର ଟଙ୍କା, ୩ଟି ପିସ୍ତଲ ଓ ଗୁଳି ଜବତ କରିଛି। .
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ସହର ପିଡବ୍ଲ୍ୟୁଡି ଲେନ୍ ଉଦୟପଥ ସାହିରୁ ଏସ୍ଟିଏଫ୍ ୩ କେଜି ୧୦୦ ଗ୍ରାମ ବ୍ରାଉନ୍ସୁଗାର୍, ନଗଦ ୬୫ ଲକ୍ଷ ୩୨ ହଜାର ଟଙ୍କା, ୭ ଏମ୍ଏମ୍ର ୩ ଗୋଟି ପିସ୍ତଲ, ୭ ମାଗାଜିନ୍, ୪୩ ରାଉଣ୍ଡ୍ ଗୁଳି, ଗୋଟିଏ ଟଙ୍କା ଗଣା ମେସିନ୍, ୪ ମୋବାଇଲ, ଗୋଟିଏ ଟାବଲେଟ୍ ଜବତ କରିଛି। କ୍ରାଇମ୍ବ୍ରାଞ୍ଚ୍ର ସ୍ପେସାଲ୍ ଟାସ୍କ ଫୋର୍ସ(ଏସ୍ଟିଏଫ୍)ର ଅଚାନକ ଚଢ଼ଉ ବ୍ରାଉନ୍ସୁଗାର୍, ବନ୍ଧୁକର ଏହି ବିଶାଳ କାରବାରକୁ ପଦାରେ ପକାଇଦେଇଛି। ଭିକି ରାଓକୁ ୨ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମବ୍ରାଞ୍ଚ ଏସ୍ ଟି ଏଫକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଏସ୍ ଡି ଜେଏମ୍। ଏସ୍ ଟି ଏଫ ଅଭିଯୁକ୍ତ ଭିକି ରାଓକୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା।