ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓଡିଶା ସରକାରଙ୍କ ଦ୍ବାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ

(ସାକ୍‌ସୀ ନ୍ୟୁଜ୍‌): ୨୦୨୬ ମସିହା ନଭେମ୍ବର ମାସ ୯ ତାରିଖ (ସୋମ‌ବାର‌) ଦିନ ଭୁବନେଶ୍ବରସ୍ଥିତ ଜୟଦେବ ଭବନଠାରେ ଓଡିଶା ବିଜ୍ଞାନ ଏକାଡେମୀର ୨୦୨୪ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଭିତ୍ସବ ଏକାଡେମୀର ସଭାପତି ଶ୍ରୀମତୀ ଶିବାନୀ ମହାନ୍ତିଙ୍କ ସଭାପତିତ୍ରରେ ଅନୁଷ୍ଠିତ ହୋଇଥିଲା। ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ୧୬ ଜଣ ବୈଜ୍ଞାନିକମାନଙ୍କୁ ସମ୍ବନ୍ଧିତ ଓ ପୁରସ୍କୃତ କରିଥିଲେ। ଏହି ଅବସରରେ ଭିନ୍ନୟନ କମିଶନର ତଥା ଅତିରିକୁ ମୁଖ୍ୟ ଶାସନ ସଚିବ, ଓଡିଶା ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ସମ୍ମାନନୀୟା ଅତିଥି ଭାବେ ଯୋଗଦେଇଥିଲେ ।

ଉଲ୍ଲେଖନୀୟ ବରିଷ୍ଠ ବୈଜ୍ଞାନିକ ସମର୍ଜନା ନିମନ୍ତେ ବନ୍ୟ ପ୍ରାଣୀ ବିଜ୍ଞାନୀ ଡଃ, ଲାଲା ଅଶ୍ୱିନ କୁମାର ସିଂହ ଓ ତା ସୁଧାକର କର, କୃଷି ବିଜ୍ଞାନୀ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରାଣୀ ବିଜ୍ଞାନୀ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ରସାୟନ ବିଜ୍ଞାନୀ ପ୍ରଫେସର ବିଜୟ କୁମାର ମିଶ୍ରଙ୍କୁ ବିଜ୍ଞାନ ଗବେଷଣା ଓ ବିଜ୍ଞାନକୁ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ (ମାନପ‌ତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ, ଦେଇ ବରିଷ୍ଠ ବୈଜ୍ଞାନିକ ଭାବେ ସମବର୍ଦ୍ଧନା ଜ୍ଞାପନ କରଯାଇଥିଲା। ବୈଜ୍ଞାନିକ ଉତ୍କର୍ଷ ପାଇଁ ଡାଃ ସୁରେନ୍ଦ୍ର କୁମାର ବିଶ୍ବାଳଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର, ପୁରସ୍କାର ରାଶି -ଦୁଇ ଲକ୍ଷ ଟଙ୍କା, ରୌପ୍ୟ ପଦକ, ପ୍ରମାଣ ପାତ୍ର ମାଳପ‌ତ୍ର ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ ପ୍ରଦାନ କରଯାଇଥିଲା ।

ଓଡିଶାରେ କାର୍ଯ୍ୟରତ ବୈଜ୍ଞାନିକ ଡଃ ଉମାକାନ୍ତ ଶୁବୁଦ୍ଧିଙ୍କୁ (ଜୀବ ବିଜ୍ଞାନ ବିଭାଗ, ପ୍ରଫେସର ଶୁଭକର ବେଦାନୁ (ଭୌତିକ ବିଜ୍ଞାନ ବିଭାଗ ପ୍ରଫେସର ଜଗଦୀଶ ଚନ୍ଦ୍ର ପାଇ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓ ଓଡିଶା ବାହାରେ କାର୍ଯ୍ୟରତ ବୈଜ୍ଞାନିକ ପ୍ରଫେସର ରଘୁନାଥ ସାହୁଙ୍କୁ ସାମନୁ ଚନ୍ଦ୍ର ଶେଖର ପୁରସ୍କାରରେ ପୁରସ୍କୃତ ସ୍ବରୂପ ଏକ ଲକ୍ଷ ଟଙ୍କା, ରୌପ୍ୟ ପଦକ, ପ୍ରମାଣ ପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ ପ୍ରଦାନ କରାଗଲା। ସେହିଭଳି ଓଡିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇଁ ଡଃ ଚିତ୍ତରଞ୍ଜନ ସାହୁ (ଜୀବ ବିଜ୍ଞାନ), ଡଃ ରୁଦ୍ର ମାଝି (ଭୌତିକ ବିଜ୍ଞାନ, ଡାଃ ରାମ ପ୍ରସାଦ ପାଢୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା, ଓ ଓଡିଶା ବାହାରେ କାର୍ଯ୍ୟରତ ଓଡିଆ ଯୁବ ବୈଜ୍ଞାନିକ ରବୀନ୍ଦ୍ର ନାଥ ମହାନ୍ତିଙ୍କୁ (ପତିଶି ହଜାର ଟଙ୍କା ପ୍ରମାଣ ପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ ପ୍ରଦାନ କରି ପୁରସ୍କୃତ କରାଗଲା।

ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର (ସାଧାରଣ ବିଭାଗ, ଡଃ ଭଗବାନ ପାତ୍ର ଓ ଶିଶୁ ବିଜ୍ଞାନ ବିଭାଗ, ପାଇଁ ଡାଃ କୃଷିବାସ ନାୟକଙ୍କୁ ପତିଶ ହଜାର ଟଙ୍କା ପ୍ରମାଣ ପତ୍ର, ମାନପ‌ତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ, ପ୍ରଦାନ କରାଗଲା। ଶ୍ରୀମତୀ ଅନୁଜ ତାରିଣୀ ମିଶ୍ର କାର୍ଯ୍ୟପରିଚାଳନା ଓ ବିଭାଗର ଉପଶାସନ ସଚିବ ଶ୍ରୀମତୀ ଊର୍ମିପ୍ରଭା ମହାରଣା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।