କ୍ରମାଗତ ହାରିବା ପରେ ଏବେ ଚମକୁଛି ମୁମ୍ବାଇ

ଆଇପିଏଲ-୨୦୨୨ର ୫୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସକୁ ୫ ରନ୍‌ରେ…

ମୁମ୍ବାଇ : ଆଇପିଏଲ-୨୦୨୨ର ୫୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସକୁ ୫ ରନ୍‌ରେ ପରାସ୍ତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୭ ରନ୍‌ କରିଥିଲା । ଫଳରେ ଗୁଜରାଟକୁ ୧୭୮ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ୫ୱିକେଟ ହରାଇ ୧୭୨ ରନରେ ଅଟକିଯାଇଥିଲା । ଗୁଜରାଟ ଆରମ୍ଭରୁ ଭଲ ଖେଳିଥିଲେ ହେଁ ଶେଷ ପର୍ଯ୍ୟାୟ ବେଳକୁ ଦଳର ଖେଳାଳିମାନେ ଆଉ ୬ ରନ୍‌ ସଂଗ୍ରହ କରିବାରେ ବିଫଳ ହେବାରୁ ମ୍ୟାଚ୍‌ ହାତଛଡା ହୋଇଥିଲା । ପ୍ରାରମ୍ବିକ ବ୍ୟାଟର ଋଦ୍ଧିମାନ ଶାହ ୫୫ ରନ, ଶୁଭମାନ ଗିଲ ୫୨ ରନ ସଂଗ୍ରହ କରିଥିଲେ ।

ସେହିପରି ଅଧିନାୟକ ପାଣ୍ଡ୍ୟା ୨୪, ସାଈ ୧୪ ଓ ଡାଭିଡ ମିଲର ଅପରାଜିତ ୧୯ ରନ କରିଥିଲେ । ମ୍ୟାଚ ଜିତିବା ପାଇଁ ଗୁଜରାଟ ବହୁ ସଂଘର୍ଷ କରିଥିଲା । କାରଣ ମୁମ୍ବାଇ ମ୍ୟାଚ ଶେଷ ବେଳକୁ ଦମଦାର ବୋଲିଂ କରିଥିଲା । ଚଳିତ ଆଇପିଏଲରେ ମୁମ୍ବାଇ ଲଗାତାର ୮ଟି ମ୍ୟାଚ ହାରିବା ପରେ ଏବେ ୨ୟ କ୍ରମାଗତ ବିଜୟ ହାସଲ କରିଛି ।