ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମ୍ ମାଧ୍ୟମରେ ଗୁରୁବାର ରାତିରେ ସେ ଏହି ସୂଚନା ଦେଇଛନ୍ତି। ଆଲିଆ ଲେଖିଛନ୍ତି ଯେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ସେ ତାଙ୍କ ଘରେ ଏକାନ୍ତବାସରେ ଅଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ ମାନି ସମସ୍ତ ପ୍ରକାର ସୁରକ୍ଷିତ ପଦକ୍ଷେପ ଆପଣାଇଛନ୍ତି। ତା’ ସହିତ ସେ ତାଙ୍କର ଫ୍ୟାନ୍ ମାନଙ୍କୁ ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି।

ଖବର ଅନୁଯାୟୀ, ଗତ ମାସରେ ଆମୀର ଖାନ୍‌, ଆର୍‌ ମାଧବନ, କାର୍ତ୍ତିକ ଆର୍ଯ୍ୟନ, ପରେଶ ରାୱଲ ଓ ସତୀଶ କୌଶକ ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେଶ କରୋନା ଟିକାର ପ୍ରଥମ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଏଥିରେ ଆକ୍ରାନ୍ତ ହୋଇଥିଲେ।