ଜବରଦସ୍ତି ବିବାହ ଓ ଧର୍ମାନ୍ତୀକରଣ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ବିଲ

ମଧ୍ୟପ୍ରଦେଶ : ଲଭ ଜିହାଦକୁ ରୋକିବା ପାଇଁ ବିଜେପି ସରକାର ଏକ ନୂଆ ଆଇନ ପ୍ରଣୟନ କରିବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଆଇନ ଆଣିବେ ବୋଲି କହିଥିଲେ । ପୁଣି ଆଜି ଏକଥାକୁ ଦୋହରାଇଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର।

ସେ କହିଛନ୍ତି, ଲଭ ଜିହାଦକୁ ରୋକିବା ପାଇଁ ଆସନ୍ତା ବିଧାନସଭା ଅଧିବେଶନ ବେଳେ ସ୍ୱତନ୍ତ୍ର ବିଲ ଅଣାଯିବ। ଲଭ ଜିହାଦରେ ସାମିଲ ହେଉଥିବା ଲୋକଙ୍କୁ ୫ ବର୍ଷର ସଶ୍ରମ ଜେଲଦଣ୍ଡ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଜବରଦସ୍ତି ବିବାହ ଓ ଜବରଦସ୍ତି ଧର୍ମାନ୍ତୀକରଣ କରୁଥିବା ଲୋକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ଏହି ବିଲରେ କରାଯାଇଛି।

ସେହିପରି ଏହି ଅପରାଧ ସମ୍ପର୍କରେ ନିଜ ଆଡ଼ୁ ମାମଲା ରୁଜୁ କରାଯାଇ ପାରିବ ଓ ଜାମିନ ମିଳିବ ନାହିଁ। ସେହିପରି ଜବରଦସ୍ତି ବିବାହ ଓ ଧର୍ମ ପରିବର୍ତ୍ତନକୁ ଅବୈଧ ଘୋଷଣା କରିବାର ବ୍ୟବସ୍ଥା ଏହି ବିଲ୍‌ରେ ରହିବ। ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ଚାହୁଁଥିବା ଲୋକମାନେ ଗୋଟିଏ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅବଗତ କରାଇବେ। ଏଥିପାଇଁ ଉଭୟ ପକ୍ଷର ସହମତି ଦରକାର ବୋଲି ସେ କହିଛନ୍ତି