ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବର୍ବର ହତ୍ୟାକାଣ୍ଡ

କେନ୍ଦୁଝର ସଦର ଅଞ୍ଚଳରେ ଚାଞ୍ଚଲ୍ୟ

ଫୁଟବଲ ଦେଖିବା ବେଳେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତର ଟିକରପଡା ଗ୍ରାମ ବୁରୁଡ଼ିସାହିରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବରେ ହତ୍ୟା କରା ଯାଇଥିବା ଜଣା ପଡ଼ିଛି। ମୃତକ ମହାଦେଇଯୋଡ଼ା ଆଦିବାସୀ ସାହିର ବିକି ମୁଣ୍ଡା ଓରଫ ନାଣ୍ଡୁ ବୋଲି ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ ବୁରୁଡ଼ିସାହିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ସମୟରେ ବିକି ଖେଳ ଦେଖି ଯାଇଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ଏକ ଟାଙ୍ଗିଆରେ ତା ମୁଣ୍ଡ ପଛ ପଟକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିକିର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।