ମୀରାବାଈଙ୍କୁ ଆଜୀବନ ମାଗଣା ପିଜ୍ଜା ଦେବ ଡୋମିନୋସ

ନୂଆଦିଲ୍ଲୀ: ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ୨୧ ବର୍ଷ ପରେ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସେ ମହିଳା ୪୯ କିଲୋଗ୍ରାମ ବର୍ଗରେ କ୍ଲିନ୍‌ ଏବଂ ଜର୍କରେ ରୋପ୍ୟ ପଦକ ଜିତିଛନ୍ତି ।

ଚାନୁ ପଦକ ଜିତିବା ମାତ୍ରେ ତାଙ୍କୁ ପାଖକୁ ଅଭିନନ୍ଦନର ସୁଅ ଛୁଟିଥିଲା । ମଣିପୁର ସରକାର ତାଙ୍କୁ ନଗଦ ଏକ କୋଟି ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି । ସରକାର ବ୍ୟତୀତ ଅନେକ ବେସରକାରୀ କମ୍ପାନୀ ମଧ୍ୟ ତାଙ୍କୁ ପୁରସ୍କୃତ କରୁଛନ୍ତି । ପିଜା କମ୍ପାନୀ ଡୋମିନୋସ ଇଣ୍ଡିଆ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜା ଦେବାକୁ ଘୋଷଣା କରିଛି । ପିଜ୍ଜା କମ୍ପାନୀ ଡୋମିନୋସ ଇଣ୍ଡିଆ ନିଜର ଟ୍ୱିଟର ଆକାଉଣ୍ଟରେ ଏନେଇ ସୂଚନା ଦେଇଛି । ନିକଟରେ ମୀରାବାଇ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପିଜ୍ଜା ଖାଇବାକୁ ଚାହୁଁଛନ୍ତି କାରଣ ସେ ବହୁତ ଦିନ ଧରି ପିଜ୍ଜା ଖାଇନାହାଁନ୍ତି । ଷ୍ଟାର ଭାରୋତ୍ତୋଳକଙ୍କ ଏହି କଥାକୁ ଦୃଷ୍ଟିରେ ରଖି ଡୋମିନୋର ଭାରତ ଚାନୁଙ୍କୁ ଜୀବନସାରା ମାଗଣା ପିଜ୍ଜା ଦେବାକୁ ଘୋଷଣା କରିଥିଲା । କମ୍ପାନୀ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଲେଖିଛି, ସେ କହିଲେ ଏବଂ ଆମେ ଶୁଣିଲୁ । ଆମେ କେବେବି ଚାହୁଁନାହୁଁ ମୀରାବାଇ ଚାନୁଙ୍କୁ ପିଜା ପାଇଁ ଅପେକ୍ଷା କରିବାକୁ ପଡୁ । ସେଥିପାଇଁ ଆମେ ତାଙ୍କୁ ସାରା ଜୀବନ ପାଇଁ ମାଗଣା ଡୋମିନୋ ପିଜ୍ଜା ଦେଉଛୁ ।