ରାଜଧାନୀର ୧୪ ଟି ଡ୍ୟାନ୍ସବାରକୁ ମିଳିଲା ଅନୁମତି

ରାଜଧାନୀର ୧୪ ଟି ଡ୍ୟାନ୍ସବାରକୁ ମିଳିଲା ଅନୁମତି । ଅନୁମତି ପ୍ରଦାନ…

ଭୁବନେଶ୍ୱର: ରାଜଧାନୀର ୧୪ ଟି ଡ୍ୟାନ୍ସବାରକୁ ମିଳିଲା ଅନୁମତି । ଅନୁମତି ପ୍ରଦାନ କରିଛି ଅବକାରୀ ବିଭାଗ । ରେନ୍ ଦ କ୍ଲବ, ଲାଇଭ୍ ଇଟ ଅପ, ସ୍ୱାଗତ ବାର, ଦିପାଳୀ,  ଉର୍ମି, ଗ୍ରିନ ଗ୍ରି ଫିଲ, ଅଶୋକା, ରିୱାଇଣ୍ଡ୍, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ  ଓ ଏକାମ୍ର ବାରକୁ ଅନୁମତି ମଳିଥିବା ଜଣାପଡ଼ିଛି । ସେହିପରି ୨୩ ବର୍ଷରୁ କମ୍ ବୟସ୍କ ଯବତୀଙ୍କୁ ଡ୍ୟାନ୍ସ ବାରରେ ନଚାଇବା ଉପରେ କଟକଣା ଲଗାଯାଇଛି  । ଏଥିସହ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଉଡ଼ାଇବା ଉପରେ ବାରଣ କରାଯାଇଛି  ।

କରୋନା କଟକଣା ଲାଗି ଭୁବନେଶ୍ୱର ଡ୍ୟାନ୍ସବାର ଗୁଡିକ  ବନ୍ଦ କରି ଦିଆଯାଇଥିଲା। ଏପରିକି ଅବକାରୀ ବିଭାଗ ପକ୍ଷରୁ ଡ୍ୟାନ୍ସବାର ଗୁଡିକୁ ଲାଇସେନ୍ସ ଦିଆଯାଉ ନଥିଲା। ତେଣୁ ବିନା ଲାଇସେନ୍ସର କିଛି ଡ୍ୟାନ୍ସବାର୍ ଚଳାଉଥିଲେ। ପରେ ଅବକାରୀ ବିଭାଗ ଓ କମସିନରେଟ ପୋଲିସ  ପକ୍ଷରୁ ଚଢ଼ଉ  କରାଯାଇ ଡ୍ୟାନ୍ସବାର ଗୁଡ଼ିକୁ ବନ୍ଦକରି ଦିଆଯାଇଥିଲା। କିନ୍ତୁ ଏବେ ରାଜଧାନୀର ୧୪ଟି ଡ୍ୟାନ୍ସବାରକୁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି ।