ଶେୟାର ବଜାରରେ ଉତ୍ସାହ ,ରେକର୍ଡ କଲା ସେନସେକ୍ସ

ଏସ୍ ନ୍ୟୁଜ :ଚଳିତ ସପ୍ତାହର ତୃତୀୟ ଦିନରେ ରେକର୍ଡ ସ୍ତରରେ ପଂହଁଚିଛି ଶେୟାର ବଜାର । ବୁଧବାର ସକାଳେ କାରବାର ଆରମ୍ଭ ହେବା ମାତ୍ର ମାର୍କେଟ ଉଦ୍ଧ୍ୱମୁଖୀ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୫୦ ହଜାର ଅଙ୍କ ନିକଟତର ହୋଇଛି । ଆଜି କାରବାର ଅରମ୍ଭରୁ ସେନସେକ୍ସ ୨୧୬.୨୮ ଅଙ୍କ ବୃଦ୍ଧି ପାଇ ୪୯,୭୩୩,୩୯ ସ୍ତରରେ ପହଂଚିଥିବା ବେଳେ ନିଫ୍ଟ ୬୭ ଅଙ୍କ ବୃଦ୍ଧି ପାଇ ୧୪,୬୩୦, ୫୦ ସ୍ତରରେ ଖୋଲିଥିଲା । ଅର୍ଥନୀତିଞ୍ଜମାନଙ୍କ ମତରେ ବିଦେଶୀ କମ୍ପାନୀ ମାନଙ୍କର ନିବେଶକ ମାନଙ୍କ ପୁଞ୍ଜି ବିନିଯୋଗ ଓ ଅନୁକୂଳ ସ୍ଥିତି ଯୋଗୁ ବଜାରର ଏହି ଅଭିବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ କରୋନା ଟିକାକୁ ନେଇ ଲଗାତର ସକାରାତ୍ମକ ଖବର ମଧ୍ୟରେ ବିଶ୍ୱ ବଜାରରେ ମଧ୍ୟ ଅଭିବୃଦ୍ଧି ଘଟିଛି ।