ହତ୍ୟା ମାମଲା ରୁଜୁ ହେବା ପରେ ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି

ଭୁବନେଶ୍ୱର (ଏସ୍ ନ୍ୟୁଜ): ହତ୍ୟା ମାମଲା ରୁଜୁ ହେବା ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ । ସରକାର ବଦଳି କରି ତାଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆଉ ତାଙ୍କ ସ୍ଥାନରେ ୱାଇ. ବିଜୟଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।ଗତକାଲି ମାଲକାନଗିରି ଏସଡିଜିଏମ କୋର୍ଟ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ଏସଡିଜିଏମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମୃତ୍ୟୁ ଘଟଣାକୁ ନେଇ ଦେବନାରାୟଣଙ୍କ ପରିବାର କୋର୍ଟକୁ ଯାଇଥିଲେ।କାରଣ ପ୍ରାୟ ବର୍ଷେ ତଳେ ସତୀଗୁଡ଼ା ଜଳଭଣ୍ଡାରରୁ ଦେବନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ବହୁ ଦିନରୁ ତାଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି।