ଜଳ ହିଁ ଜୀବ ଓ ଜୀବନ: ମୋଦୀ ୮୮ତମ ମନ କି ବାତ୍‌

ପ୍ରତ୍ୟେକ ଜିଲ୍ଲାରେ ୭୫ ଜଳାଶୟ ସୃଷ୍ଟି କରିବାର ପ୍ରଧାନମନ୍ତ୍ରୀ ଆହ୍ୱାନ..

ପ୍ରତ୍ୟେକ ଜିଲ୍ଲାରେ ୭୫ ଜଳାଶୟ ସୃଷ୍ଟି କରିବାର ପ୍ରଧାନମନ୍ତ୍ରୀ ଆହ୍ୱାନ ସ୍ୱାଗତଯୋଗ୍ୟ : ସମୀର ମହାନ୍ତି

 ଦେଶରେ ୨୦ହଜାର କୋଟି ଟଙ୍କା ଡିଜିଟାଲ କାରବାର ହେଉଛି
 ଜଳ ସଂରକ୍ଷଣ ଓ ଡିଜିଟାଲ ପେମେଂଟକୁ ପ୍ରାଧାନ୍ୟ ଦେଇଛନ୍ତି ମୋଦୀ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌)ତା.୨୪/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୮ତମ ମନ କି ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଭାରତବାସୀଙ୍କୁ ସମ୍ବୋଦ୍ଧନ କରିବା ସହ ଜଳସଂରକ୍ଷଣ, ଡିଜିଟାଲ କାର୍ଡ ସମ୍ବୋଦ୍ଧରେ ଅବଗତ କରିଛନ୍ତି । ମୋଦୀ ମନ କି ବାତ ମାଧ୍ୟମରେ ପାନିୟମ ପରମମ୍‌ ଲୋକେ, ଜୀବାନାମ ଜୀବନମ୍‌ ସମଅତମ୍‌ ଅର୍ଥାତ ଜଳ ହିଁ ଜୀବ ଓ ଜୀବନ । ରାମାୟଣରେ ଜଳ ସ୍ରୋତଗୁଡ଼ିକର ସଂଯୋଗୀକରଣ, ଜଳ ସଂରକ୍ଷଣ ଗୁରୁତ୍ୱ ଦେଉଥିବା ମୋଦୀ ମନ କି ବାତ୍‌ରେ କହିବା ସହ ଗାଁରୁ ସହର ଦିନକୁ ୨୦ହଜାର କୋଟି ଟଙ୍କା ଡିଜିଟାଲ କାରବାର ହେଉଥିବା ମୋଦୀ କହିଛନ୍ତି । ମାର୍ଚ୍ଚ ମାସରେ ୟୁପିଆଇ ଟ୍ରାଜେକ୍ସନ ପ୍ରାୟ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚି ଯାଇଥିଲା । ମୋଦୀ ପ୍ରତିଟି ଜିଲ୍ଲାରେ ୭୫ଟି ପୁରୁଣା ପୋଖରୀର ନୂଆ ରୂପ ରେଖ କରିବା ସହ ସ୍ୱାଧିନତା ସଂଗ୍ରାମୀଙ୍କ ନାମରେ କରିବା ଲାଗି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଡିଜିଟାଲ ସାକ୍ଷରତା ଅଭିଯାନ ଅନ୍ତର୍ଗତ ଗ୍ରାମୀଣ ଲୋକଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ କରାଯାଉଛି । ଦେଶରେ ୪.୦୧ଲକ୍ଷରୁ ଅଧିକ ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ୫.୮୮କୋଟିରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଛନ୍ତି ।

ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଦେଶ ଆଜି ଅମୃତ ମତ୍ସୋହସବ ପାଳନ କରୁଛି । ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ଥିବା ପୁରାତନ ପୋଖରୀକୁ ନୂଆ ରୂପରେଖ ଓ ସଂଗ୍ରାମୀମାନଙ୍କ ନାଁମରେ ନାମିତ କରିବା ସହ ରକ୍ଷଣା ବେକ୍ଷଣ ଓ ସୁସଜ୍ଜିତ କରିବା ଦେଶବାସୀଙ୍କ ପ୍ରଥମ ଦାୟିତ୍ୱ ହେଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ମନକି ବାତ୍‌ କାର୍ଯ୍ୟକ୍ରମ’କୁ ଭୁବନେଶ୍ୱର
ମହାନଗର ୱାର୍ଡ ୪ ହରିଦାସପୁର ନହରକଂଟାଠାରେ କାର୍ଯ୍ୟକର୍ତାଙ୍କ ଗହଣରେ ରାଜ୍ୟ ସଭାପତି ସମୀର ମହାନ୍ତି ଶୁଣିଥିଲେ । ଜଳ ସଂରକ୍ଷଣ ଓ ଡିଜିଟାଲ ପେମେଂଟ, ପିଲାମାନଙ୍କ ଶିକ୍ଷାକୁ ମୋଦୀ ଗୁରୁତ୍ୱ ଦେଇଥିବା ଶ୍ରୀ ମହାନ୍ତି କହିଛନ୍ତି ।

ମୋଦୀ ସରକାର ‘ହର ଘର ନଲ ପେ ଜଳ’ ନାରା ଦେଉଛନ୍ତି କିନ୍ତୁ ରାଜ୍ୟରେ ଅପାରଗ ରାଜ୍ୟ ସରକାର ଲୋକଙ୍କୁ ପାଣି ଦେବାରୁ ବଂଚିତ ରହୁଛନ୍ତି । ୨୩ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟ ସରକାର ପାନୀୟ ଜଳ, ନଦୀ ଜଳ, ପୋଖରୀ ପୁନରୁଦ୍ଧାର ଇତ୍ୟାଦି କାର୍ଯ୍ୟକ୍ରମ କରିବାରେ ବିଫଳ ହୋଇଛନ୍ତି । ଓଡ଼ିଶାରେ ଅପାରଗ ନବୀନ ସରକାର ବର୍ଷା ଜଳ କି କୌଣସି ନଦୀ ଜଳ ସଂରକ୍ଷଣ
ନକରିବାରୁ ବିଦ୍ୟୁତ, ଚାଷ ଇତ୍ୟାଦି ପ୍ରଭାବିତ ହେଉଛି । ଓଡ଼ିଶାରେ ଲୋକେ ପାଣି ପାଇଁ ୪ରୁ ୫ କିମି ଚାଲି ନଳକୂପ ବା ଚୂଆରୁ ପାଣି ନେଉଛନ୍ତି । କାହିଁକି ଏଯାଏଁ ଜଳ ସଂରକ୍ଷଣ ଡ୍ୟାମ ହୋଇପାରିନି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ୱାର୍ଡ ୪ କର୍ପୋରେଟର ସୁକୁମାର ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଓବିସି ମୋର୍ଚ୍ଚା ସଂପାଦକ ଦୁର୍ଗାପ୍ରସନ୍ନ ନାୟକ, ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟାଳୟ ସଂପାଦକ ସୁଶାନ୍ତ ଜେନା, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ଓ ଭୁବନେଶ୍ୱର ଯୁବମୋର୍ଚ୍ଚା ସଭାପତି ରଶ୍ମୀରଞ୍ଜନ ମୁଦୁଲୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।