କିଲର ଲୁକରେ ନୋରା ଫତେହି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ନୋରା ଫତେହି ଏବେ ସୋସିଆଲ ମିଡିଆରେ ନିଆଁ ଲଗେଇଛନ୍ତି । ସୋସିଆଲ ମିଡ଼ିଆରେ ସେ କିଲର ଲୁକର ଫଟୋ ସେୟାର କରି ପ୍ରଶଂସକଙ୍କୁ ବାଟବଣା କରି ଦେଇଛନ୍ତି ।
ନୋରା ଫତେହି ତାଙ୍କ ଇନଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଛନ୍ତି । ଲାଲ ରଙ୍ଗର ପୋଷାକରେ ନୋରା କିମିଆ କରୁଛନ୍ତି । ତାଙ୍କର ଏହିସବୁ ଫଟୋ ପରି ତାଙ୍କର କ୍ୟାପସନ ବି ଆକର୍ଷଣୀୟ ମନୋହୋଇଛି । ସେ ଲେଖିଛନ୍ତି, ମୁଁ ତୁମକୁ କିସ କରିବାକୁ ଚାହୁଁଛି । କିନ୍ତୁ ଯଦି ମୁଁ କରେ ତ ହୋଇପାରେ ମୁଁ ତୁମକୁ ମିସ୍‌ କରିବ । ସୂଚନା ଯେ, ନୋରା ଫତେହି ଅଜୟ ଦେବଗନଙ୍କ ଫିଲ୍ମ ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆରେ ନଜର ଆସିବେ । ଏହି ଫିଲ୍ମରେ ଜବରଦସ୍ତ ନୃତ୍ୟ ସହ ନୋରା ଫତେହିଙ୍କର ଦମଦାର ଅଭିନୟ ଦେଖିବାକୁ ପାଇବେ ଦର୍ଶକ ।