କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ ମିଶ୍ର

କଟକ ନୂଆ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ପିନାକ ମିଶ୍ର । ଗତ ସପ୍ତାହରେ….

କଟକ : କଟକ ନୂଆ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ପିନାକ ମିଶ୍ର । ଗତ ସପ୍ତାହରେ କଟକ ଡିସିପି ଭାବରେ ପିନାକଙ୍କର ବଦ ବଦଳି ହୋଇଥିଲା । ପୁର୍ବରୁ ସେ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ । କଟକ ପୁର୍ବତ୍ତନ ଡିସପି ପ୍ରତୀକ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବରେ ବଦ ବଦଳି ହେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିିଛି । ୨୦୧୯ରେ ଫନି ବାତ୍ୟା ସମୟରେ ଲକ୍ଷାଧିକ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ସେ ଚର୍ଚ୍ଚାକୁ ଆସିଥିଲେ ।ବର୍ତ୍ତମାନ ସେ କଟକର ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ଉପରେ ଅନେକ ଚାପ ରହିପାରେ । ପ୍ରତୀକ ସିଂ ତାଙ୍କର କାର୍ଯ୍ୟକାଳ ସମୟରେ ବହୁ ସଫଳତା ହାସଲ କରିଛନ୍ତି । ସହରରେ ହିଂସା ସାଙ୍ଗକୁ ନିଶା କାରବାର ହ୍ରାସ ପାଇବା ସହ ବିଭିନ୍ନ ଜିନିଷର ନକଲି କାରଖାନା ଗୁଡ଼ିକ ମଧ୍ୟ ବନ୍ଦ ହୋଇଛି ।