ପୂଜା ସିଂଘଲଙ୍କୁ ନିଲମ୍ବିତ କଲେ ଝାଡଖଣ୍ଡ ସରକାର

ଝାଡଖଣ୍ଡ ସରକାର ରାଜ୍ୟ ଖଣି ସଚିବ ପୂଜା ସିଂଘଲଙ୍କୁ ନିଲମ୍ବିତ କରି….

ନୂଆଦିଲ୍ଲୀ: ଝାଡଖଣ୍ଡ ସରକାର ରାଜ୍ୟ ଖଣି ସଚିବ ପୂଜା ସିଂଘଲଙ୍କୁ ନିଲମ୍ବିତ କରି ଦେଇଛନ୍ତି । ମନି ଲଣ୍ଡ୍ରିଂ ମାମଲାରେ ପୂଜାଙ୍କୁ ଇଡି ଗିରଫ କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏନେଇ ଶ୍ରମ ବିଭାଗ ତରଫରୁ ଅଧୀସୂଚନା ଜାରି କରାଯାଇଛି । ଅନ୍ୟପଟେ ଇଡି ୫ ଦିନ ପାଇଁ ପୂଜାଙ୍କୁ ରିମାଣ୍ଡରେ ପଠାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ପୂଜା ସିଂଘଲ ଭାରତୀୟ ପ୍ରଶାସନିକ ସେବାର ୨୦୨୦ ବ୍ୟାଚର ଅଧିକାରୀ । ସେ ଝାଡଖଣ୍ଡରେ ଖଣି ଓ ଉଦ୍ୟୋଗ ସଚିବ ରୂପେ ପଦସ୍ଥାପିତ ଥିଲେ ।