ରାଧେ କୁ ନେଇ ସଲମାନ କଲେ ବଡ଼ ଘୋଷଣା

 ମୁମ୍ବାଇ(ଏସ୍ ନ୍ୟୁଜ): କରୋନା ମହାମାରୀ ଯୋଗୁଁ ଅନେକଗୁଡିଏ ବଡ ବଡ ଫିଲ୍ମ ଏବେ ଓଟିଟି ପ୍ଲାଟଫର୍ମ ଆଡକୁ ମୁହାଁଇଛି। ଏଭଳି ସ୍ଥିତିରେ ସିନେମା ଘରର ମାଲିକମାନେ କହିଛନ୍ତ, ଅନ୍ତତଃ ସଲମାନଙ୍କ ଫିଲ୍ମ ସିନେମା ଘରେ ରିଲିଜ ହେବା କଥା । ଏନେଇ ବିଭିନ୍ନ ରାଜ୍ୟର ଥିଏଟର ମାଲିକମାନେ ସଲମାନଙ୍କୁ ଅନୁରୋଧ କରିଥିଲେ। ଏବେ ସଲମାନ ହଲ୍ ମାଲିକଙ୍କ ଅନୁରୋଧ ରକ୍ଷା କରି ଫିଲ୍ମ ‘ରାଧେ’କୁ ସିନେମା ଘରେ ରିଲିଜ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଲମାନ ତାଙ୍କ ସୋସିଆଲ ମିଡିଆରେ ଏକ ଖବର ସେୟାର କରି ଏକ ଖବରକୁ ନିଶ୍ଚିତ କରିଛନ୍ତି। ବିବୃତ୍ତିରେ ଲେଖାଥିଲା, ମୁ ଦୁଃଖିତ , ସମସ୍ତ ଥିଏଟର ମାଲିକଙ୍କ ନିକଟକୁ ଫେରିବା ପାଇଁ ମୋତେ ବହୁତ ସମୟ ଲାଗିଛି । ମୁଁ ଆର୍ଥିକ ସମସ୍ୟା ଠିକ ବୁଝିପାରୁଛି ଯାହା ଥିଏଟର ମାଲିକ / ପ୍ରଦର୍ଶକମାନେ ଗତି କରୁଛନ୍ତି ଏବଂ ମୁଁ ଥିଏଟରରେ ରାଧେ ମୁକ୍ତିଲାଭ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚାହେଁ । “ଏହାର ପ୍ରତିବଦଳରେ, ମୁଁ ଆଶା କରିବି ଯେ ଥିଏଟରକୁ ରାଧେ ଦେଖିବା ପାଇଁ ଆସୁଥିବା ଦର୍ଶକଙ୍କ ପାଇଁ ସେମାନେ ଯତ୍ନବାନ ହେବେ। ଏହି ମୁକ୍ତିଲାଭ ପୂର୍ବ ବର୍ଷ ର ଥିଲା ଏବଂ ଏହା ଇଦ୍ 2021 ହେବ। ଇଦ୍ ରେ ପ୍ରେକ୍ଷାଳୟରେ ଏହି ବର୍ଷ ରାଧେ ଉପଭୋଗ କରନ୍ତୁ। ସଲମାନ ଖାନଙ୍କ ରାଧେ ଇଦ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ସଲ୍ମାନ ନିଜେ ଟ୍ୱିଟ ରେ ନିଶ୍ଚିତ କରିଛନ୍ତି|