ବର୍ଷା- ଅନୁଭବଙ୍କ ଛାଡପତ୍ର ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ଭୁବନେଶ୍ୱର (ଏସ୍ ନ୍ଯୁଜ ): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଛି । ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ଟ୍ରାନ୍ସଫର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ପଟିଆଲା ହାଉସକୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତାଙ୍କ ଦ୍ୱାରା ଅପୋଷ ବୁଝାମଣା କରିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଦୁଇ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ବୁଝାମଣା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣପୀଠରେ ମାମଲାର ଶୁଣାଣି ହୋଇଥିଲା ।