କରୋନା କବଜାରେ ସାନୁଦା

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କଶ୍ଠଶିଳ୍ପୀ କୁମାର ସାନୁ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ୍‌ ମିଡିଆ ଟିମ୍‌ ସୂଚନା ଦେଇଛନ୍ତି ।

ଟିମ ଲେଖିଛି ଯେ, ‘ଦୁର୍ଭାଗ୍ୟବଶତଃ ସାନୁଦା’ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ଦୟାକରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ।

ତେବେ ନିକଟରେ କୁମାର ସାନୁ ଏକ ସାକ୍ଷାତ୍‌କାରରେ ତାଙ୍କ ଅ‌ାମେରିକା ଗସ୍ତ ଯୋଜନା ବିଷୟରେ କହିଥିଲେ। ସେ ବମ୍ବେ ଟାଇମ୍‌ସକୁ ନିଜର ସାକ୍ଷାତ୍‌କାର ଦେଇ କହିଥି‌ଲେ କି ‘ମୁଁ ମୋ ପରିବାର ସହ ସମୟ ବିତାଇବା ପାଇଁ ଆମେରିକା ଯିବାକୁ ଯୋଜନା କରୁଛି। ‌ମୁଁ, ମୋ ପତ୍ନୀ ସାଲୋନି, ଝିଅ ଶାନନ୍ ଏବଂ ଆନ୍ନାବେଲଙ୍କ ସହ ଏବେ କିଛି ଦିନ ସାଥୀରେ ରହିବାର ଯୋଜନା କରିଛି। ମୁଁ ଚିନ୍ତା କରିଛି କି ଅକ୍ଟୋବର ୨୦ରେ ହେବାକୁ ଥିବା ମୋ ଜନ୍ମଦିନ ମୁଁ ସେମାନଙ୍କ ସହ ବିତାଇବି।’

ଅନ୍ୟପଟେ ତାଙ୍କ ପତ୍ନୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ କରୋନା ଆକ୍ରାନ୍ତ ହୋଇଥିବା କାରଣରୁ କୁମାର ସାନୁ ସେମାନଙ୍କୁ ନଭେମ୍ବର ୮ ତାରିଖ ପରେ ଦେଖା କରିପାରନ୍ତି। ତାଙ୍କ ପତ୍ନୀ ଜଣାଇଛନ୍ତି ଯେ କୁମାର ଭଲ ଅନୁଭବ କଲେ ଆମେରିକା ଆସିବେ ନ ହେଲେ ସେମା‌ନେ ସମେସ୍ତ ତାଙ୍କୁ ଭେଟିବା ପାଇଁ ମୁମ୍ବାଇରେ ପହଞ୍ଚିବେ।’