କରୋନାରେ ଆକ୍ରାନ୍ତ ସାଉଥ୍ ସୁପର୍ ଷ୍ଟାର୍ ରାମ ଚରଣ-shaksi news

ନୂଆଦିଲ୍ଲୀ: ସାଉଥ୍ ସୁପର୍ ଷ୍ଟାର୍ ରାମ ଚରଣ କରୋନାରେ ଆକ୍ରାନ୍ତ । ରାମଚରଣ ନିଜ ପ୍ରଶଂସକଙ୍କୁ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇଛନ୍ତି। ପଜିଟିଭ୍ ଆସିବା ପରେ ରାମଚରଣ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛନ୍ତି।

ରାମ ଚରଣ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ମୋର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ମୋ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ। ମୁଁ ନିଜ ଘରେ କ୍ୱାରେଣ୍ଟାଇନରେ ଅଛି। ଆଶା କରୁଛି ଶୀଘ୍ର ସୁସ୍ଥ ହୋଇଯିବି । ଏହାସହ କିଛି ଦିନରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ। ମୁଁ ନିଜର ରିକଭରୀ ଅପଡେଟ୍ ଖୁବଘୀଘ୍ର ଦେବି ବୋଲି କହିଛନ୍ତି ରାମଚରଣ।

ସେପଟେ କିଛି ଦିନ ତଳେ ରାମ ଚରଣଙ୍କ ପିତା ତଥା ମେଗାଷ୍ଟାର୍ ଚିରଞ୍ଜୀବୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। କିନ୍ତୁ ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ରାମଚରଣ ଖୁବଶୀଘ୍ର ଏସଏସ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘RRR’ରେ ନଜର ଆସିବେ। ଏଥିରେ ସେ ଜୁନିୟର ଏନଟିଆରଙ୍କ ସହ ଲିଡ୍ ରୋଡରେ ଅଛନ୍ତି।