ଏଥର ବିନା କଟକଣାରେ ଘୋଷଯାତ୍ରା

 କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ….

ପୁରୀ: ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ବିନା ଭକ୍ତରେ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କ ମେଳରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବ କି ନାହିଁ ତାକୁ ନେଇ ଜୋର୍‌ଦାର ତର୍ଜମା ଆରମ୍ଭ ହୋଇଛି । କୋଭିଡ୍‌ ସ୍ଥିତି ସ୍ୱାଭାବିକ ହେବା ପରେ ଚଳିତ ବର୍ଷ କଟକଣାମୁକ୍ତ ରଥଯାତ୍ରା ପାଇଁ ମାନସ ମନ୍ଥନ ଚାଲିଛି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ୨ ବର୍ଷ ପରେ ସମ୍ପୂର୍ଣ୍ଣ କଟକଣାମୁକ୍ତ ରଥଯାତ୍ରା କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଚାର କରାଯାଉଛି । ମୁଖ୍ୟତଃ ୨ଟି ମୁଦ୍ଦା ଉପରେ ଆଲୋଚନା ଚାଲୁ ରହିଛି । ଯଦି, ପରିସ୍ଥିତି ସ୍ୱାଭାବିକ ହୁଏ, ଭକ୍ତ ଆସିବେ- ତା’ହେଲେ କ’ଣ କରିବାକୁ ପଡ଼ିବ । ଦ୍ୱିତୀୟଟି ହେଉଛି ଯଦି ସଂକ୍ରମଣ ବଢ଼େ ତେବେ କିଭଳି ଏହାର ଆୟୋଜନ କରାଯିବ । ଯଦି ଏଥର କଟକଣାମୁକ୍ତ ରଥଯାତ୍ରା ହୁଏ ତେବେ ପ୍ରବଳ ଗହଳି ହୋଇପାରେ । ଗୁରୁବାର ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଏନେଇ ଘମାଘୋଟ ଆଲୋଚନା ହୋଇଛି । କରୋନା ଯୋଗୁଁ ଗତ ୨ ବର୍ଷ ହେବ ରଥଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରାଯାଇନଥିଲା । ତେଣୁ ଆକଳନ କରାଯାଉଛି ଏଥର ରଥଯାତ୍ରାରେ ନବକଳେବର ଭଳି ଭକ୍ତଙ୍କ ଗହଳି ହୋଇପାରେ ।