ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ୩ନଂ କୁ ଖସିଲେ ବିରାଟ

ଦୁବାଇ(ଏସ୍ ନ୍ୟୁଜ):ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ।ସିଡ୍‌ନୀ ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ଶତକ ଓ ଦ୍ୱିତୀୟ ଇନିଂସରେ ୮୧ ରନ୍‌ ହାସଲ କରିଥିବାରୁ ତାଙ୍କୁ ୯୦୦ ପଏଣ୍ଟ ସହ ୨ ନଂ ରାଙ୍କିଙ୍ଗକୁ ପଦୋନ୍ନତି ମିଳିଛି। ତୃତୀୟ ଟେଷ୍ଟ ପୂର୍ବରୁ ବିରାଟ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୨ ନଂ ଓ ସ୍ମିଥ ୩ନଂ ସ୍ଥାନରେ ରହିଥିଲେ। ବିରାଟ ୮୭୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ୯୧୯ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ବ୍ୟାଟିଂ ରାଙ୍କିଙ୍ଗରେ ୧ ନଂ ସ୍ଥାନରେ ଅପରବର୍ତ୍ତିତ ରହିଛନ୍ତି।