ନ୍ୟୁୟର୍କରେ ୫ ଜଣ ଓମିକ୍ରନ୍‌ରେ ସଂକ୍ରମିତ

ୱାଶିଂଟନ : ସାରା ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମକ୍ରିନ ପାଇଁ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପକ୍ଷରେ ଆମେରିକାର ନ୍ୟୁୟର୍କ ସହରରେ ଓମିକ୍ରନ୍‌ ଭାରିଆଣ୍ଟ ମାମଲା ଥିବା ନିଶ୍ଚିତ ହୋଇଛି । ଏଥିପାଇଁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ କୋଭିଡ ଯାଞ୍ଚ ବାଧ୍ୟତାମୂଳକ କରିଛି ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆସୁଥିବା ଯାତ୍ରୀମାନଙ୍କୁ ଟିକାକରଣ ବାଧ୍ୟ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଯାତ୍ରା ଆରମ୍ଭ କରିବାର ଗୋଟିଏ ଦିନ ପୂର୍ବରୁ କୋଭିଡ ଟେଷ୍ଟ କରିବାକୁ ପଡିବ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ମିନେସୋଟାଠାରେ ରହୁଥିବା ଜଣେ ବ୍ୟକ୍ତି ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ବଡ କଥା ଯେ, ଟିକାକରଣର ଉଭୟ ଡୋଜ ପରେ ମଧ୍ୟ ଏହି ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିଛ ।