‘ରିୟା ଓ ଅଙ୍କିତା’, ଦୁଇ ବିପରୀତ ଧାରାର ନଈ…

ଦୀପକ ବେହେରା,

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ, ପ୍ରେମିକା ରିୟା ଏବଂ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ । ବଲିଉଡ, ସିଲଭର ସ୍କ୍ରିନ ସହ ଆଦୌ ସମ୍ପର୍କ ନଥିବା ବ୍ୟକ୍ତିଟିଏ ମଧ୍ୟ ଉପରୋକ୍ତ ପ୍ରସଙ୍ଗରେ ଦୁଇଧାଡ଼ି ଅନାୟାସରେ କହିଦେଇପାରିବ । ସାଧାରଣତଃ ଭାରତୀୟମାନେ ସ୍ୱଭାବରେ ଖୁବ ଭାବପ୍ରବଣ । କହିବାର ଅର୍ଥ ହେଉଛି ସଂଖାଧିକଙ୍କ ମନସ୍ତତ୍ତ୍ୱ ପ୍ରାୟ ଏକ ପ୍ରକାରର । ଆପଣ ଯେତେ କୁକର୍ମ କରନ୍ତୁନା କାହିଁକି ମୃତ୍ୟୁ ପରେ ଆପଣଙ୍କର ବଦଗୁଣ ପ୍ରତି ଆଖି ବୁଜିଦେଇ ଲୋକେ ଆପଣଙ୍କର କେବଳ ପ୍ରଶଂସିତ କାର୍ଯ୍ୟକୁ ହିଁ ଲୋକଲୋଚନକୁ ଆଣିବେ । ଏମିତିକି କୌଣସି ବ୍ୟକ୍ତିବିଶେଷଙ୍କ ଅବର୍ତମାନରେ ଅନେକ କପୋଳକଳ୍ପିତ କାହାଣୀ ମଧ୍ୟ ସୃଷ୍ଟି ହେବାର ଅନେକ ନଜିର ରହିଛି।

Wish I could save Sushant from dying: Ankita Lokhande

ଏପରିସ୍ଥଳେ ସୁଶାନ୍ତଙ୍କ ପରି ଲୋକପ୍ରିୟ ଅଭିନେତାଙ୍କୁ ନେଇ ସାଧାରଣରେ ଏକ ବିରାଟ ଭାବପ୍ରବଣତା, ଜିଜ୍ଞାସା ସୃଷ୍ଟି ହେବା ତ ସାଧାରଣ କଥା। ପିଲାଦିନରୁ ମେଧାବୀ ଛାତ୍ର ଥିବା ସୁଶାନ୍ତ ଖୁବ କମ ବୟସରେ ଲୋକପ୍ରିୟତା ହାସଲ କରିପାରିଥିଲେ । ବୁଦ୍ଧିମାନ, ଉଚ୍ଚାଭିଳାଷି , ଅସମ୍ଭବ ଅଭିନୟ ଦକ୍ଷତା ସମ୍ପନ୍ନ ସୁଶାନ୍ତ ଭିଡ଼ ଭିତରୁ ତ ନିଆରା ଥିଲେ । ତାହେଲେ ଆତ୍ମହତ୍ୟା ପରି ଭୀରୁତାପୂର୍ଣ୍ଣ ନିଷ୍ପତ୍ତି କଣ ପାଇଁ ? ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ, ଦୁଇ ରାଜ୍ୟର ପୁଲିସଠାରୁ ସିବିଆଇ ପର୍ଯ୍ୟନ୍ତ ସମସ୍ତେ ଅଡ଼ୁଆ ସୁତାର ଖିଅ ଖୋଜୁଛନ୍ତି । ଆପଣ ଏଇ ଖୋଜିବାରେ ନିରପେକ୍ଷତାର ପ୍ରଶ୍ନ ଉଠେଇପାରନ୍ତି, ତାହା ଭିନ୍ନ କଥା । କିନ୍ତୁ ବିଗତ ଦିନରେ ଯଦି କେହି ସବୁଠାରୁ ଅଧିକ ଚର୍ଚ୍ଚାର ପରିଧି ଭିତରକୁ ଆସିଥାନ୍ତି ସେ ହେଲେ ରିଆ ଏବଂ ଅଙ୍କିତା । ଜଣେ ଏବରର ପ୍ରେମିକା ଆଉ ଜଣେ ଏକ୍ସ ଗାର୍ଲଫ୍ରେଣ୍ଡ । ଦୁଇଟି ବିପରୀତ ଧାରାର ନଈ।

Rhea Chakraborty files a petition in Supreme Court seeking ...

ବିପରୀତ ଧାରାର ନଈ ମୁଁ ଏଥିପାଇଁ କହିଲି, ସୁଶାନ୍ତଙ୍କ ମୃତ୍ୟୁ ପରେ ଏଇ ଦୁଇ ଯୁବତୀଙ୍କୁ ନେଇ ସମାଜରେ ଏକ ‘ପରସେପ୍ସନ’ ତିଆରି ହୋଇଛି । ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି କେତେକ ମେନଷ୍ଟ୍ରିମ ମିଡିଆ ପର୍ଯ୍ୟନ୍ତ ରିଆ ଚକ୍ରବର୍ତ୍ତୀଙ୍କୁ ଭିଲେନ ଭାବେ ଚିତ୍ରଣ କରୁଛନ୍ତି । କେତେକ ଏହାକୁ ମିଡିଆ ଟ୍ରାଏଲ କହୁଛନ୍ତି । ଖୋଦ ରିଆ ଏବଂ ତାଙ୍କ ସମର୍ଥକ ମଧ୍ୟ ସମାନ ଅଭିଯୋଗ ଆଣୁଛନ୍ତି । କିନ୍ତୁ ରିଆ ଏବଂ ଅଙ୍କିତାଙ୍କ କାର୍ଯ୍ୟକଳାପକୁ ଦେଖିଲେ ଆପଣ ଦୁଇଟି ଭିନ୍ନ ଅନୁଭୁତିର ବାସ୍ନା ବାରିପାରିବେ । ପ୍ରଥମେ ରିଆଙ୍କ ଚରିତ୍ରକୁ ଆପଣ ଅନୁଶୀଳନ କରନ୍ତୁ । ସୁଶାନ୍ତଙ୍କୁ ଚିଟ କରିବା ଠାରୁ ଆରମ୍ଭ କରି, ବର୍ତ୍ତମାନ ଡ୍ରଗ ବେପାରୀଙ୍କ ସହ ତାଙ୍କର ତଥାକଥିତ ସମ୍ପର୍କ । ଖୁବ ବିବାଦୀୟ ହୋଇପଡିଛନ୍ତି ସେ ।
ସୁଶାନ୍ତଙ୍କ ପରିବାର ଲୋକେ ବି ରିଆଙ୍କ ନାଁ ରେ ପୁଳାପୁଳା ଅଭିଯୋଗ ଆଣିଛନ୍ତି ଆଉ ଆଣୁଛନ୍ତି ମଧ୍ୟ । କିଛି ଘଟଣାରେ ସତ୍ୟତା ଥାଇପାରେ ଏମିତିକି ପୁରା ଅଭିଯୋଗ ମିଛ ବି ହେଇପାରେ । କିନ୍ତୁ ରିଆଙ୍କ କାର୍ଯ୍ୟକଳାପ ହିଁ ତାଙ୍କ ବିରୋଧରେ ଏକ ବିରାଟ ଜନମତ ବା ଭାବନା ସୃଷ୍ଟି କରିବାକୁ ବାଧ୍ୟ କରିଛି । ସୁଶାନ୍ତଙ୍କ ସହ ରିଲେସନଶିପକୁ ନେଇ ଯେ ରିଆ ଏତେଟା ଗମ୍ଭୀର ନଥିଲେ, ତାହା ଯେ କେହି ବି କହିଦେଇପାରିବ । ସୁଶାନ୍ତଙ୍କୁ ମାନସିକ ଭାବେ ଦୁର୍ବଳ କରିବା, ଗୁଣି ଗାରେଡିର ସହାୟତା ନେବା ପରେ ଏବେ ଡ୍ରଗ ବେପାରୀଙ୍କ ସହ ରିଆଙ୍କ ସମ୍ପର୍କ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ସନ୍ଦେହ ଭିତରକୁ ଟାଣୁଛି । ଲିଭ-ଇନ ରିଲେସନଶିପରେ ଥିବା ରିଆ ସୁଶାନ୍ତ ଭୋଗୁଥିବା ସମସ୍ୟାକୁ ସାର୍ବଜନୀନ କଣ ପାଇଁ କଲେ ନାହିଁ, ସେନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି । ଉଠିବା ମଧ୍ୟ ସ୍ୱାଭାବିକ । ଏଠି ସୁଶାନ୍ତଙ୍କ ମୃତ୍ୟୁ ପାଈଁ ରିଆଙ୍କ ଦୋଷାରୋପ କରିବା ନିଶ୍ଚିତପକ୍ଷେ ଅନ୍ୟାୟ ହେବ, କାରଣ ସତ ଖୋଜି ବାହାର କରିବା କାମ ତଦନ୍ତକାରୀ ସଂସ୍ଥାର । କିନ୍ତୁ ଅଙ୍କିତାଙ୍କ ସହ ରିଆଙ୍କ ବ୍ୟକ୍ତିତ୍ୱକୁ ତଉଲିଲେ ରିଆଯେ ଏକ ଛଳନା, ଅବିଶ୍ୱାସ, ସଙ୍କୁଚିତ, ସଂକୀର୍ଣ୍ଣତାର ରାସ୍ତାରେ ପାଦ ଥାପିଥିଲେ ତାହା ଯେକେହି ବି ହୃଦବୋଧ କରିପାରିବ ।

ankita lokhande post after fir lodged against rhea chakraborty in ...

ଦ୍ୱିତୀୟ ଚରିତ୍ର ଅଙ୍କିତା ଲୋଖଣ୍ଡେ। ବର୍ତ୍ତମାନ ପ୍ରରିପେକ୍ଷିରେ ଭାରତୀୟ ସମାଜରେ ବିଲୁପ୍ତପ୍ରାୟ ‘ଟିପିକାଲ ଲଭ’ର ଯଥାର୍ଥ ସିମ୍ବଲିକ ଆଇକନ ତାଙ୍କୁ କୁହାଯାଇପାରେ। ପବିତ୍ର ରିସ୍ତାରୁ ଆରମ୍ଭ ଏହି ସମ୍ପର୍କରେ ନିରୁତା ଭଲପାଇବା ଏବଂ ସମର୍ପଣତା ଥିଲା, ଆପଣ ଅଙ୍କିତାଙ୍କ ବିଗତ ଦିନର କାର୍ଯ୍ୟକଳାପକୁ ଦେଖିଲେ ଜାଣିପାରିବେ । ହଁ ବେଶ କିଛି ଦିନ ହେଲା ଏ ସମ୍ପର୍କରେ ପୂର୍ଣ୍ଣଛେଦ ପଡିସାରିଥିଲା, ସୁଶାନ୍ତ ତାଙ୍କ ରାସ୍ତାରେ ବହୁ ଆଗକୁ ବଢ଼ିସାରିଥିଲେ। କିନ୍ତୁ ଅଙ୍କିତା ବୋଧ ହୁଏ ଆଗକୁ ବଢି ପାରିନଥିଲେ। ବୋଧେ ‘ମୁଭ-ଅନ’ କରିବା ସୁଶାନ୍ତଙ୍କ ପରି ତାଙ୍କ ପକ୍ଷେ ସହଜ ସାଧ୍ୟ ନଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ଆପଣ ଅଙ୍କିତାଙ୍କ କାର୍ଯ୍ୟକଳାପକୁ ଅତି ପାଖରୁ ଦେଖିବାକୁ ଚେଷ୍ଟା କରନ୍ତୁ କେବଳ ଏକ୍ସ ଗାର୍ଲଫ୍ରେଣ୍ଡ ନୁହେଁ, ବରଂ ଜଣେ ଦରଦୀ ମଣିଷର ପରିଚୟ ଦେଇଛନ୍ତି ଅଙ୍କିତା। ତାଙ୍କର ପ୍ରତ୍ୟକଟି ଟୁଇଟରେ ସେ ସୁଶାନ୍ତଙ୍କ ପରିବାର ପ୍ରତି ସମବେଦନା ଜଣେଇଛନ୍ତି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନିୟମିତ ଦାବି କରି ଆସିଛନ୍ତି । ଏବଂ ହୃଦୟର କୌଣସି କୋଣରେ ସୁଶାନ୍ତଙ୍କ ପ୍ରତି ଥିବା ଭଲପାଇବାକୁ ମଧ୍ୟ ପ୍ରଦର୍ଶିତ କରିଛନ୍ତି । ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ରିଲିଜ ସମୟରେ ତାଙ୍କର ଟୁଇଟ ଆପଣଙ୍କୁ ଭାବ ବିହ୍ଵଳ କରିଦେଇପାରେ । ସୁଶାନ୍ତଙ୍କ ପରିବାର ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଦେଖିଲେ ଲାଗେ ସେଦିନର ‘ପବିତ୍ର ରିସ୍ତା’ ସେମିତି ଅଙ୍କିତାଙ୍କ ପକ୍ଷରୁ ସେମିତି ଅକ୍ଷତ ରହିଛି । ସୁଶାନ୍ତଙ୍କ ସହ ବ୍ରେକଅପ ପରେ ଅଙ୍କିତାଙ୍କ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ବହୁ ପ୍ରଶ୍ନ କରାଯାଇଛି। ମାତ୍ର ସେ ସବୁବେଳେ ଶାଳୀନତାର ସହ ଉତ୍ତର ରଖିଛନ୍ତି ଯାହା ବହୁ କମ ଲୋକଙ୍କ ନିକଟରେ ଦେଖାଯାଏ। ଏମିତିକି ବ୍ରେକଅପର କାରଣ କୁହାଯାଉଥିବା ରିୟାଙ୍କୁ ନେଇ ସେ ଆଜି ପର୍ଯ୍ୟନ୍ତ ପଦୁଟେ ଅପଶବ୍ଦ କହିନାହାନ୍ତି। ସୁଶାନ୍ତଙ୍କ ଏକ ଚଳଚିତ୍ରର ଗୀତ ‘କୌନ ତୁଝେ ୟୁଁ ପ୍ୟାର କରେଗା ଜୈସେ ମେଁ କରତି ହୁଁ’ ଗୀତ ବାସ୍ତବିକ ଭାବେ ତାଙ୍କ ପାଇଁ ପ୍ରଯୁଜ୍ୟ । ବୋଧହୁଏ ଅଙ୍କିତାଙ୍କ ଠାରୁ ସୁଶାନ୍ତଙ୍କୁ ଆଉ କେହି ଅଧିକ ଭଲ ପାଇପାରିନଥାନ୍ତେ। ଅଙ୍କିତା ପାଖରେ ଥିଲେ ହୁଏତ ସୁଶାନ୍ତଙ୍କର ଆଜି ଏ ଦଶା ହେଇନଥାନ୍ତା।

Sushant Singh Rajput Death Case: Cook recalls the details of the ...

ପ୍ରକୃତ ପ୍ରେମକୁ ତଉଲିବା ଏକ ଜଟିଳ ଭଗ୍ନାଂଶର ସମାଧାନ ସଦୃଶ୍ୟ । ଭାଗଫଳ ନିରୂପଣ ଓ ଭାଗଶେଷ ପ୍ରାପ୍ତି ସମସ୍ତଙ୍କ ଭାଗ୍ୟରେ ନଥାଏ…