ବିବାହ କରିବେ ଆଦିତ୍ୟ ନାରାୟଣ

ମୁମ୍ବାଇ : ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ । ନିଜ ଲଙ୍ଗ୍ ଟାଇମ୍ ଗାର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କୁ ଡିସେମ୍ବର ୧ତାରିଖରେ ବିବାହ କରିବେ। । କରୋନା କାଳରେ ଅନେକ ସେଲିବ୍ରିଟି ବିବାହ କରିଛନ୍ତି ଏବଂ ଏବେ ଆଦିତ୍ୟ ମଧ୍ୟ ଶ୍ବେତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକଥା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ କହିଛନ୍ତି।

କରୋନା ଯୋଗୁଁ ସେମାନେ କେବଳ ନିକଟତର ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଡକାଇଛନ୍ତି। ଏପରି ପରିସ୍ଥିତିରେ ମହାରାଷ୍ଟ୍ରରେ ଗୋଟିଏ ବିବାହରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଯେତେବେଳେ ସବୁ ଠିକ୍ ହୋଇଯିବ ସେତେବେଳେ ସେ ବଡ଼ ସେଲିବ୍ରେସନ କରିବେ ବୋଲି ଆଦିତ୍ୟ କହିଛନ୍ତି ।

ଏବେ ପାଇଁ ସେମାନେ ଏକ ମନ୍ଦିରରେ ବିବାହ କରିବେ। ସେଠାରେ କେବଳ ପରିବାର ଉପସ୍ଥିତ ରହିବ। ଆଦିତ୍ୟ ଓ ​‌ଶ୍ବେତା ଉଭୟ ବିକ୍ରମ ଭଟ୍ଟ ଫିଲ୍ମ ଶପିତରେ ଭେଟହୋଇଥିଲା । ଏହି ଫିଲ୍ମ ସେମାନଙ୍କୁ ପାଇଁ ସାଇନ୍ ମଧ୍ୟ କରାଯାଇଥିଲା।