୨୩ ରୁ ବିହାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ବିହାର ନିର୍ବାଚନ ପାଇଁ ରାଜନୀତି ମାହଲ ଏବେ ଗରମ ରହିଛି । ବିହାରରେ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଅଛି। ଏନେଇ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରାଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୩ ତାରିଖରୁ ବିହାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବୋଲି ମଧ୍ୟ ସୂଚନା ରହିଛି ।

ବିହାରରେ ମୋଟ୍‌ ୧୨ଟି ର‍୍ୟାଲି କରିବେ ‌ମୋଦୀ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦୀ ସାସାରାମ୍‌ର ଦେହରିରେ ଏକ ର‍୍ୟାଲି କରିବେ। ବିହାରର ସମସ୍ତିପୁର ଉପରେ ବିଜେପିର ଫୋକସ୍‌ ଥିବାରୁ ମୋଦୀ ସେଠି ମଧ୍ୟ ର‍୍ୟାଲି କରିବେ।ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ର‍୍ୟାଲିରେ ମୋଦୀଙ୍କ ସହ ଯୋଗ ଦେବେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦେବେଶ କୁମାରଙ୍କ ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖରେ ମୋଦୀ ୩ଟି ର‍୍ୟାଲି କରିବେ। ଗୟା , ଭାଗଲପୁର ଏବଂ ସାସାରାମ୍‌ରେ ମୋଦୀ ର‍୍ୟାଲି କରିବେ।

ସେହିପରି ଅକ୍ଟୋବର ୨୮ ତାରିଖରେ ମୋଦୀ ଦରଭଙ୍ଗା, ମୁଜାଫରପୁର ଏବଂ ପାଟନାରେ ର‍୍ୟାଲି କରିବେ। ନଭେମ୍ବର ୧ରେ ମୋଦୀ ଛାପ୍ରା, ମୋତିହାରୀ, ସମସ୍ତିପୁରରେ ର‍୍ୟାଲି କରିବେ। ନଭେମ୍ବର ୩‌ରେ ଚମ୍ପାରନ୍‌, ସହର୍ସ ଏବଂ ଆରାରିଆରେ ର‍୍ୟାଲି ଅଛି। ସମସ୍ତିପୁରରେ ଏଲ୍‌ଜେପିର ଦଖଲ ରହିଛି। ତେଣୁ ଜେଡିୟୁ ସମସ୍ତିପୁରରେ ‌ଏଲ୍‌ଜେପିର ପ୍ରଭାବ କମାଇବାପାଇଁ ୧୨ଟି ର‍୍ୟାଲି କରିବ ବୋଲି ସୂଚନା ରହିଛି ।