ପଣ୍ଡିଚେରୀ ଅରୋଭିଲ୍ଲ ଜାଣନ୍ତୁ…

ମାତୃ ମନ୍ଦିର ଶ୍ରୀ ଅରବିନ୍ଦ ଆଶ୍ରମ

ତାମିଲନାଡୁ: ଅରୋଭିଲ୍ଲ ନିର୍ମାଣ ଫେବୃଆରୀ 21, 1971 ରେ ଶ୍ରୀମା ଙ୍କ ଜନ୍ମ ତିଥିରେ ଆରମ୍ଭ ହୋଇ ଦୀର୍ଘ 37 ବର୍ଷ ପରେ 2008 ରେ ସମ୍ପୂର୍ଣ୍ଣ ହୋଇଥିଲା l ଶ୍ରୀ ଅରବିନ୍ଦ ଙ୍କ ପୂର୍ଣ୍ଣ ଯୋଗ ଓ ପୂର୍ଣ୍ଣାଙ୍ଗ ଶିକ୍ଷା ର ଆଦର୍ଶରେ ଏହାକୁ ନିର୍ମାଣ କରାଯାଇଛି ଓ ତଦନୁସାରେ ଏହା ପରିଚାଳିତ ହେଉଛି l ଏହି ବର୍ତ୍ତୃଳାକାର ସୌଧ ରେ ଆଠଟି ପାଖୁଡା ଓ ଚାରିଟି ମୂଖ୍ୟ ଦ୍ୱାର ରହିଛି l ସମସ୍ତ ପାଖୁଡା ଗୁଡିକ ସ୍ବର୍ଣ୍ଣ ନିର୍ମିତ l ସୂର୍ଯ୍ୟ କିରଣରେ ଏଗୁଡିକ ଜାଜ୍ଜ୍ୱଲ୍ୟମାନ ହୋଇଉଠେ l ବାସ୍ତୁ ଓ ବୈଦିକ ବିଚାର ଅନୁସାରେ ଏହା ପ୍ରକୃଷ୍ଟ ଯୋଗ କେନ୍ଦ୍ର ଯାହା ପ୍ରକୃତି କୋଳ ରେ ଅବସ୍ଥିତ l

ଚାରି ଦ୍ୱାର ରେ ଶ୍ରୀମା ଙ୍କର ଚାରି ପ୍ରମୁଖ ଶକ୍ତି…ମାହେଶ୍ୱରୀ..ମହାକାଳୀ..ମହାଲକ୍ଷ୍ମୀ..ମହାସରସ୍ବତୀ ବିଦ୍ୟମାନ l

ଦେଶ ବିଦେଶ ରୁ ଅନେକ ଭକ୍ତ ଓ ପର୍ଯ୍ୟଟକ ଏହି ବର୍ତ୍ତୁଳ ମନ୍ଦିର କୁ ଦର୍ଶନ କରିବାକୁ ଆସିଥାନ୍ତି l