ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୦୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୩ ଓ ସ୍ଥାନୀୟ ସଂକ୍ରମିତ ୨୪୯ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ପିଲା ୯୬ ଜଣ ଅଛନ୍ତି । ରାଜ୍ୟର ଅନୁଗୁଳ ଜିଲାର ୧୧, ବାଲେଶ୍ୱର ୨୧, ବରଗଡ ୨, ଭଦ୍ରକ ୫, କଟକରେ ୫୪ ଜଣ ଚିହ୍ନଟ ହୋଇଛନ୍ତି ।

ଦେବଗଡରୁ ୧୭, ଗଞ୍ଜାମ ୧, ଜଗତସିଂହପୁର ୧୮, ଯାଜପୁରରେ ୨୪ ଚିହ୍ନଟ ହୋଇଛନ୍ତି । ଏଥିସହିତ ଝାରସୁଗୁଡା ଜିଲାରେ ୨, କନ୍ଧମାଳ ୧, କେନ୍ଦ୍ରାପଡା ୬, ଖୋର୍ଦ୍ଧାରେ ୨୮୩, କୋରାପୁଟରେ ୪ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଜିଲାରେ ୩୧, ନୟାଗଡ ୧, ନୂଆପଡା ୧, ପୁରୀ ୨୧ ଓ ରାୟଗଡାରେ ୪ ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲାରେ ୧୩, ସୋନପୁର ୧, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୬୭ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ରାଜ୍ୟରେ ୪୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହିତ ସଂପ୍ରତି ରାଜ୍ୟରେ ୫୬୪୨ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।